ରିପୋର୍ଟ କାର୍ଡ / ସୋର (ତାଜୁଦ୍ଦିନ)
ମାତିଛନ୍ତି ଲୁଟେରା ଗ୍ୟାଙ୍ଗ | ବାଲେଶ୍ବର ସୋର ଥାନା ଇଟୁଆ ଗାଁର ରମେଶ ପ୍ରଧାନ ଚଣ୍ଡିଖୋଲ ବୁଲେଟ ସୋରୁମ୍ ରୁ ଏକ ନୂଆ ବୁଲେଟ କିଣି ଘରକୁ ଆସୁଥିବା ବେଳେ ୩ ଯୁବକ ଖଣ୍ଡାରେ ଆକ୍ରମଣ କରିଥିଲେ | ରମେଶଙ୍କ ଠାରୁ ଲୁଟେରା ବୁଲେଟ ଛଡାଇ ନେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି | ମିଳିଥିବା ସୂଚନା ଅନୁସାରେ- ସୋର ପୌରପାଳିକାର ଇଟୁଆ ପ୍ରାଇମେରି ସ୍କୁଲ ନିକଟସ୍ଥ ରାସ୍ତାରେ ତିନି ଜଣ ଯୁବକ ଖଣ୍ଡାରେ ରମେଶଙ୍କ ହାତ ଗୋଡ଼କୁ ମରଣାନ୍ତକ ଆକ୍ରମଣ କରି ବୁଲେଟ ନେଇ ଫେରାର ହୋଇଯାଇଛନ୍ତି l ରମେଶଙ୍କ ଚତ୍କାର ଶୁଣି ସ୍ଥାନିୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ସୋର ଡାକ୍ତରଖାନା ପଠାଇଥିଲେ | ଖବର ପାଇ ସୋର ପୋଲିସ ଲୁଟେରାଙ୍କ ପିଛା କରିଥିଲେ ମଧ୍ୟ ଟେର ପାଇନଥିଲେ । ସୂଚନା ଥାଉକି -ଗତ କାଲି ରାତିରେ ସେହି ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ଘରୁ ଝର୍କା ଗ୍ରିଲ ଭାଙ୍ଗି ଲୁଟ ହୋଇଥିବା ବେଳେ ପୁଣି ଆଜି ଏଭଳି ଏକ ଘଟଣା ସୋର ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ ସୃଷ୍ଟି କରିଛି ।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..