ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ବିଦେଶ ଫେରନ୍ତା ଯାତ୍ରୀମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଆସନ୍ତା ୧୪ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ପୂର୍ବରୁ ଯାତ୍ରୀଙ୍କ ପାଇଁ ୭ ଦିନିଆ କ୍ୱାରେଣ୍ଟାଇନ ନିୟମ ରହିଥିବା ବେଳେ ତାହା ଏବେ ହଟାଯାଇଛି । କୋଭିଡ-୧୯ ଲକ୍ଷଣ ଦେଖାଦେବା ମାତ୍ରେ ଯାତ୍ରୀମାନେ ନିଜକୁ ଆଇସୋଲେଟ୍ କରିବାକୁ ପଡ଼ିବ । ଗାଇଡଲାଇନରେ କୁହାଯାଇଛି ଯେ, ୮୨ଟି ଦେଶର ଯାତ୍ରୀଙ୍କୁ ବୋର୍ଡିଂର ୭୨ ଘଣ୍ଟା ପୂର୍ବରୁ ଆରଟି-ପିସିଆର ରିପୋର୍ଟ ବଦଳରେ ଟିକାକରଣ ପ୍ରମାଣପତ୍ର ଅପଲୋଡ୍ କରିବାକୁ ମିଳିବ । ଭାରତ ଉକ୍ତ ୮୨ଟି ଦେଶ ମଧ୍ୟରେ ଅନ୍ତର୍ଭୁକ୍ତ ଅଛି । ସୂଚନାଯୋଗ୍ୟ ଯେ, ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୭,୦୮୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..