Report Card Odisha

| Daily Odia News

ଓମିକ୍ରନ୍‌ ପାଇଁ ଚତୁର୍ଥ ଡୋଜ୍‌ ଟୀକା ଆବଶ୍ୟକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାମାରୀ କରୋନାରୁ ମୁକ୍ତି ପାଇବାର ଗୋଟିଏ ମାତ୍ର ମାଧ୍ୟମ ହେଉଛି ଟୀକା | କରୋନା ରୂପ ବଦଳାଇ ଗୋଟିଏ ପରେ ଗୋଟିଏ ଭାରିଏଣ୍ଟ ମାଢି ଆସୁଛି | ଡେଲ୍ଟା ପରେ ଏବେ ପୂରା ବିଶ୍ୱରେ ଉତ୍ପାତ ମଚାଇଛି ଓମିକ୍ରନ୍‌ ଭାରିଏଣ୍ଟ। ଏହାର ମୁକାବିଲା ପାଇଁ ଏବେ କରୋନା ଟିକାର ଚତୁର୍ଥ ବୁଷ୍ଟର ଡୋଜ୍‌ର ଆବଶ୍ୟକ ପଡ଼ିପାରେ। ଏନେଇ ଆମେରିକାର ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା ଡଃ. ଆନ୍ଥୋନୀ ଫସି କହିଛନ୍ତି। ଡଃ ଫସି ରାଷ୍ଟ୍ରପତି ଭବନରେ ଦେଇଥିବା ଏକ ବ୍ରିଫିଙ୍ଗରେ କହିଛନ୍ତି, ‘ଆଉ ଏକ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ପଡ଼ିପାରେ। ଏହି ମାମଲରେ mRNA ଟିକା ନେଇଥିବା ଲକୋଙ୍କୁ ଚତୁର୍ଥ ବୁଷ୍ଟର ଡୋଜ୍‌ ନେବାକୁ ଆବଶ୍ୟକ ପଡ଼ିପାରେ। ଏହା ବୟସ ଏବଂ ଶାରୀରିକ ସ୍ଥିତ ଉପରେ ନିର୍ଦ୍ଧାରିତ ହେବ।’ ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବରିଷ୍ଠ ସ୍ୱାସ୍ଥ୍ୟ ପରାମର୍ଶଦାତା କହିଥିଲେ, ନଭେମ୍ବରରେ ଓମିକ୍ରନ୍ ଭାଇରସ ପ୍ରଥମେ ଚିହ୍ନଟ ହେବା ପରଠାରୁ ବିଶ୍ୱରେ କରୋନାରୁ ୫ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସେ କରୋନାର ଏହି ଭାରିଏଣ୍ଟକୁ ଦ୍ରୁତଗତିରେ ବ୍ୟାପୁଥିବା ୱେଭ୍‌ ବୋଲି ବର୍ଣ୍ଣନା କରିଥିଲେ। ଓମିକ୍ରନ୍‌କୁ ଭାରିଏଣ୍ଟ ଅଫ୍‌ କନ୍‌ସର୍ଣ୍ଣ ଘୋଷଣା କରିବା ପରଠାରୁ ଆମେରିକାରେ କରୋନାରେ ଆକ୍ରାନ୍ତ ହୋଇ ୧ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଥିଲା। ସୂଚନା ମୁତାବକ, ଆମେରିକାର କିଛି ରାଜ୍ୟରେ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ନେଇ ବାଧ୍ୟତାମୂଳକ ଥିବା କଟକଣାକୁ କୋହଳ କରାଯାଇଛି। ସେପଟେ ସ୍କୁଲ ଓ କଲେଜରେ ମାସ୍କ ପିନ୍ଧିବାକୁ ନେଇ ବାଧ୍ୟତାମୂଳକ କରାଯାଇଛି। ୱାଶିଂଟନ ପୋଷ୍ଟ ଅନୁସାରେ ସାରା ବିଶ୍ୱରେ ଲଗାତର ପଞ୍ଚମ ସପ୍ତାହ ପାଇଁ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ସାରା ବିଶ୍ୱରେ ୬୮ ୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯାହା ପୂର୍ବରୁ ହୋଇଥିବା କରୋନା ଜିନିତ ମୃତ୍ୟୁ ସଂଖ୍ୟା ଠାରୁ ୭ ପ୍ରତିଶତ ଅଧିକ ଥିଲା

Breaking News