ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେଗତ ୨୪ ଘଣ୍ଟାରେ ମଧ୍ୟରେ ୧,୫୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୯୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୬୫୪ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୦୯ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୨୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୯, ବାଲେଶ୍ୱର ୬୨, ବରଗଡ ୨୫, ଭଦ୍ରକ ୨୭, ବଲାଙ୍ଗିର ୪୦, ବୌଦ୍ଧ ୨୫, କଟକ ୧୬୧, ଦେବଗଡ ୨୦, ଢେଙ୍କାନାଳ ୩୫, ଗଜପତିରୁ ୪୭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨୭, ଜଗତସିଂହପୁର ୪୮, ଯାଜପୁର ୫୨, ଝାରସୁଗୁଡା ୧୩, କଳାହାଣ୍ଡି ୨୨, କନ୍ଧମାଳ ୬୨, କେନ୍ଦ୍ରାପଡା ୩୦, କେନ୍ଦୁଝରରେ ୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ୮୭, ମାଲକାନଗିରି ୬, ମୟୂରଭଞ୍ଜ ୬୦, ନବରଙ୍ଗପୁର ୨୦, ନୟାଗଡ ୩୫, ନୂଆପଡା ୨୩, ପୁରୀ ୩୯, ରାୟଗଡା ୭୪, ସମ୍ବଲପୁର ୭୩, ସୋନପୁର ୧୨, ସୁନ୍ଦରଗଡ ୧୧୩ ଷ୍ଟେଟପୁଲରୁ ୪୯ ଜଣ କରୋନା ଆକ୍ରାନ୍ତ ରହିଛନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩,୨୭୯ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୫୧ ହଜାର ୪୩୧ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୭୪ ହଜାର ୫୭୫କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪ ହଜାର ୨୫୩ ରହିଛି ।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି |
More Stories
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..
ଓଡ଼ିଶା ଆସିବେ ରାଷ୍ଟ୍ରପତି….
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….