ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେରୋଜଗାରୀକୁ ନେଇ ରାଜ୍ୟସଭାରେ ଶାସକ-ବିରୋଧୀଙ୍କ ମଧ୍ୟରେ ତୀବ୍ର ବିତର୍କ ଜାରି ରହିଛି | ଏହି ବାକଯୁଦ୍ଧ ମଧ୍ୟରେ ବିଜେପି ସାଂସଦ ଜେ ଆଲଫୋନ୍ସ କହିଛନ୍ତି କି ଅମ୍ବାନୀ ଏବଂ ଆଦାନୀଙ୍କ ପରି ଶିଳ୍ପପତିଙ୍କୁ ‘ପୂଜା’ କରିବା ଉଚିତ୍ | କାରଣ ସେମାନେ ଦେଶରେ ରୋଜଗାର ସୃଷ୍ଟି କରୁଛନ୍ତି। କେନ୍ଦ୍ରୀୟ ବଜେଟକୁ ନେଇ ଚାଲିଥିବା ତର୍କରେ ଭାଗ ନେଇ ସେ କହିଛନ୍ତି ଆପଣ ମତେ ପୁଞ୍ଜିପତିଙ୍କ ମୁଖପାତ୍ର ବୋଲି କହିପାରନ୍ତି | ଯେଉଁ ଲୋକମାନେ ଏହି ଦେଶରେ ଚାକିରି ସୃଷ୍ଟି କରିଛନ୍ତି, ମୁଁ ସେହି ଲୋକମାନଙ୍କର ନାମ ନେଉଛି, କାରଣ ତୁମେ ସେମାନଙ୍କୁ ନାମ ଦେଇଛ | ସେ ରିଲାଏନ୍ସ ହେଉ ବା ଅମ୍ବାନୀ ଓ ଆଦାନୀ, ଯିଏ ବି ହୁଅନ୍ତୁ ସେମାନଙ୍କୁ ପୂଜା କରାଯିବା ଉଚିତ୍ | କାରଣ ସେମାନେ ବିପୁଳ ନିଯୁକ୍ତି ପ୍ରଦାନ କରୁଛନ୍ତି | ଏହି ଦେଶରେ ଟଙ୍କା ରୋଜଗାର କରୁଥିବା ପ୍ରତ୍ୟେକ ଶିଳ୍ପପତି ଚାକିରି ସୃଷ୍ଟି କରନ୍ତି | ସେମାନଙ୍କୁ ସମ୍ମାନ ଦିଆଯିବା ଆବଶ୍ୟକ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆଲଫୋନ୍ସ କହିଛନ୍ତି ଯେ ଦୁଇ ଜଣଙ୍କ ସମ୍ପତ୍ତି ବୃଦ୍ଧି ପାଇଛି ବୋଲି ବିରୋଧୀ ଯୁକ୍ତି ଦର୍ଶାଇଛନ୍ତି। ସେ କହିଛନ୍ତି, “ଏଲୋନ୍ ମସ୍କଙ୍କର ସମ୍ପତ୍ତି ୧୦୧୬ ପ୍ରତିଶତ ବୃଦ୍ଧି ପାଇଛି। ଆପଣ ଏହା ଜାଣିଛନ୍ତି କି? ଗୁଗୁଲ୍ ପ୍ରତିଷ୍ଠାତା ଲ୍ୟାରି ପେଜଙ୍କର ସମ୍ପତ୍ତି ୧୨୬ ପ୍ରତିଶତ ବୃଦ୍ଧି ପାଇଛି। ବେଜୋସଙ୍କର ସମ୍ପତ୍ତି ୬୭ ପ୍ରତିଶତ ବୃଦ୍ଧି ପାଇଛି। ବିଶ୍ଵବ୍ୟାପୀ ଅସମାନତା ଏକ ସତ୍ୟ, ଆପଣ ଏହାକୁ ଗ୍ରହଣ କରନ୍ତୁ ବା ନକରନ୍ତୁ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..