ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟାଟା ସନ୍ସ ବୋର୍ଡ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କ କାର୍ଯ୍ୟକାଳକୁ ୫ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଚନ୍ଦ୍ରଶେଖରନ୍ ୨୦୧୭ ମସିହାରେ ପ୍ରଥମ ଥର ଟାଟା ସନ୍ସର ଚେୟାରମ୍ୟାନ୍ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ଏହି ଫେବୃଆରୀ ୨୦ ତାରିଖରେ ଶେଷ ହୋଇଥାନ୍ତା। କମ୍ପାନୀ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, “ଟାଟା ସନ୍ସର ବୋର୍ଡ ବୈଠକରେ ଚେୟାରମ୍ୟାନ୍ ଏମିରେଟ୍ସ ଏବଂ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ। ଏନ ଚନ୍ଦ୍ରଶେଖରନଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ର ଅଗ୍ରଗତି ଏବଂ କାର୍ଯ୍ୟଦକ୍ଷତା ଉପରେ ରତନ ଟାଟା ସନ୍ତୋଷ ବ୍ୟକ୍ତ କରିଥିଲେ। ରତନ ଟାଟା ଚନ୍ଦ୍ରଶେଖରନଙ୍କ କାର୍ଯ୍ୟକାଳକୁ ଆଉ ପାଞ୍ଚ ବର୍ଷ ବୃଦ୍ଧି କରିବାକୁ ସୁପାରିଶ କରିଥିଲେ। ବୋର୍ଡ ସଦସ୍ୟମାନେ ମଧ୍ୟ ଏନ ଚନ୍ଦ୍ରଶେଖରନଙ୍କ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟକାଳକୁ ପ୍ରଶଂସା କରିଥିଲେ ଏବଂ ଆସନ୍ତା ୫ ବର୍ଷ ପାଇଁ ତାଙ୍କ ନିଯୁକ୍ତିକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରିଥିଲେ।






More Stories
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..