Report Card Odisha

| Daily Odia News

ୟୁକ୍ରେନକୁ ମାରଣାସ୍ତ୍ର ଯୋଗାଇବ ଜର୍ମାନୀ, ଏହା ମଞ୍ଜୁର ନୁହେଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଏବେ ଜର୍ମାନୀ ୟୁକ୍ରେନକୁ ଘାତକ ମାରଣାସ୍ତ୍ର ଯୋଗାଇବ ବୋଲି କୁହାଯାଉଛି। ଏହାକୁ ତୀବ୍ର ବିରୋଧ କରିଛି ରୁଷ। ପୁଟିନ୍ ସରକାର କହିଛନ୍ତି ଜର୍ମାନୀର ଏହି ପଦକ୍ଷେପକୁ ସ୍ଵୀକାର କରାଯାଇ ପାରିବ ନାହିଁ। ୟୁକ୍ରେନକୁ ନେଇ ବର୍ତ୍ତମାନ ରୁଷ ଏବଂ ଜର୍ମାନୀ ସଂପର୍କରେ ଫାଟ ସୃଷ୍ଟି ହୋଇପାରେ। ଜର୍ମାନୀରେ ରୁଷି ରାଷ୍ଟ୍ରଦୂତ ନେକେଭ କହିଛନ୍ତି, ଜର୍ମାନୀର ଚାନସେଲର, ବୈଦେଶିକ ମନ୍ତ୍ରୀ ସହିତ ଦେଶର ପ୍ରମୁଖ ନେତା ଏହା ମାନୁଛନ୍ତି ଯେ, ରୁଷ ଜର୍ମାନୀ ଘାତକ ହତିଆର ଯୋଗାଇବା ପଦକ୍ଷେପକୁ ସ୍ଵୀକାର କରିବ ନାହିଁ। ଜର୍ମାନୀର ଏମିତି କାମରେ ଦୁଇ ଦେଶର ସଂପର୍କ ପ୍ରଭାବିତ ହୋଇପାରେ। କିନ୍ତୁ ଜର୍ମାନୀ ଚାନସେଲର କହିଛନ୍ତି, ନାଟୋ ସହଯୋଗୀଙ୍କ ଦ୍ଵାରା କୌଣସି ଦେଶକୁ ମାରଣାସ୍ତ୍ର ଯୋଗାଇବା ନୀତିକୁ ଜର୍ମାନୀ ସର୍ବଦା ବିରୋଧ କରି ଆସିଛି। ଜର୍ମାନୀ ସଙ୍କଟଜନକ ଅଞ୍ଚଳରେ ଅସ୍ତ୍ର ଶସ୍ତ୍ର ରପ୍ତାନୀକୁ ଅନୁମତି ଦେବ ନାହିଁ। ଜର୍ମାନୀ ମିଲିଟାରୀ ସହାୟତା ବଦଳରେ ୟୁକ୍ରେନକୁ ଆର୍ଥିକ ଭାବେ ସମର୍ଥନ କରିବାକୁ ଚାହୁଁଛି।

Breaking News