Report Card Odisha

| Daily Odia News

ଫେବୃଆରୀ ୧୬ ଯାଏଁ ବନ୍ଦ କଲେଜ୍, ବିଶ୍ୱବିଦ୍ୟାଳୟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକର ହିଜାବ ବିବାଦରେ ଛାତ୍ରଛାତ୍ରୀ ମାନେ ଲଗାତର ଭାବରେ ଆନ୍ଦୋନଳ କରୁଛନ୍ତି । ଫଳରେ ରାଜ୍ୟର ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ଡିଗ୍ରୀ କଲେଜ୍, ବିଶ୍ୱବିଦ୍ୟାଳୟ ଓ ଫ୍ରୋଫେସନାଲ୍ କୋର୍ସ ସଂସ୍ଥାକୁ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି । ଏହା ପୂର୍ବରୁ ବି ଉଚ୍ଚ ଶିକ୍ଷା ବିଭାଗ ଫେବୃଆରୀ ୯ରୁ ୧୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରିବା ନେଇ ଘୋଷଣା କରିଥିଲା । ତେବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ସ୍କୁଲ ବନ୍ଦ କରିବା ନେଇ କୌଣସି ସ୍ପଷ୍ଟତା ନାହିଁ । ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ବୋମ୍ମଇଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲ।। ତେବେ ସ୍କୁଲ ଖୋଲିବା ନେଇ ଗାଇଡଲାଇନ୍ ଜାରି ହୋଇଛି । ଏଥିରେ ସମସ୍ତ ପ୍ରକାର ଅପ୍ରୀତିକର ଘଟଣାକୁ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯିବ ଓ କରାଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Breaking News