ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୁନ୍ଦରଗଡ଼ ଏଡିଏମଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଏଡିଏମ ବିଶ୍ୱଜିତ୍ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆଜି ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ପୂର୍ବରୁ ଏଡିଏମଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଭିଜିଲାନ୍ସ ସୂଚନା ପାଇଥିଲା । ଗତ ୨ଦିନ ଧରି ଭିଜିଲାନ୍ସ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଭିଜିଲାନ୍ସ ବିପୁଳ ପରିମାଣର ସମ୍ପତ୍ତି ଜବତ କରିଥିଲା । ଜବତ ସମ୍ପତ୍ତି ଗୁଡ଼ିକ ମଧ୍ୟରୁ ଅଧିକାଂଶ ସମ୍ପତ୍ତି ଏଡିଏମ୍ ଓ ତାଙ୍କ ପତ୍ନୀଙ୍କ ନାଁରେ ରହିଥିବା ଜିଜିଲାନ୍ସ ଜାଣିବାକୁ ପାଇଛି ।






More Stories
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ସ୍ନାନ ଯାତ୍ରା ପ୍ରସ୍ତୁତି;ପହଣ୍ଡି ପ୍ରାତଃ ୫ ଟା ରୁ!…..