ରିପୋର୍ଟ କାର୍ଡ / ବେଙ୍ଗାଲୁରୁ
କର୍ଣ୍ଣାଟକରେ ହିଜାବ୍ ବିବାଦ ବଢ଼ିବାରେ ଲାଗିଛି | ଦେଶବାହାରୁ ହିଜାବ୍ କୁ ନେଇ ଅନେକ ସ୍ୱର ଉଠୁଛି | ହିଜାବ୍ ବିବାଦ ବାତାବରଣରେ କର୍ଣ୍ଣାଟକର ଉଡୁପୀ ଜିଲ୍ଲାର ସମସ୍ତ ହାଇସ୍କୁଲ୍ ଚତୁର୍ପାଶ୍ବରେ ୧୪୪ ଧାରା ଜାରି କରାଯାଇଛି। ଫେବ୍ରୁଆରି ୧୪ ତାରିଖ ସୋମବାର ସକାଳ ୬ଟାରୁ ଲାଗୁ ହେବାକୁ ଥିବା ଏହି ନିଷେଧାଦେଶ ଫେବ୍ରୁଆରି ୧୯ ତାରିଖ ଶନିବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଉଡୁପୀର ଡେପୁଟି କମିସନର୍ କୁର୍ମ ରାଓଙ୍କୁ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅନୁରୋଧ କରିବା ପରେ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲାରେ ଥିବା ହାଇସ୍କୁଲ୍ ଚତୁର୍ପାଶ୍ବର ୨୦୦ ମିଟର୍ ବ୍ୟାସାର୍ଦ୍ଧ ଅଞ୍ଚଳ ଯାଏ ନିଷେଧାଦେଶ ଜାରି ହେବା ପାଇଁ ସେ ଅନୁରୋଧ କରିଥିଲେ। ସହରର ସ୍କୁଲ୍ ଓ କଲେଜ ଚାରିପଟେ ଜନସମାବେଶ ଅଥବା କୌଣସି ପ୍ରକାର ପ୍ରତିବାଦ ଉପରେ କଟକଣା ଲାଗୁ କରିବା ଲାଗି ପୂର୍ବରୁ ବେଙ୍ଗାଲୁରୁର ସରକାରୀ କର୍ତ୍ତୃପକ୍ଷମାନେ ନିଷିଦ୍ଧାଦେଶ ଜାରି କରିଥିଲେ। ସୂଚନାଯୋଗ୍ୟ, ବେଙ୍ଗାଲୁରୁର ସମସ୍ତ ସ୍କୁଲ୍, ପି.ୟୁ. କଲେଜ, ଡିଗ୍ରି କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷା ପ୍ରତିଷ୍ଠାନମାନଙ୍କ ଚାରିପଟେ ୧୪୪ ଧାରା ଜାରି କରାଯାଇଛି। ଏହି ନିଷେଧାଦେଶ ଫେବ୍ରୁଆରି ୨୨ ପର୍ଯ୍ୟନ୍ତ ବଳବତ୍ତର ରହିବ।






More Stories
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..