Report Card Odisha

| Daily Odia News

ଦଳୀୟ ଅନ୍ତଃକନ୍ଦଳକୁ ଡରି ୨୦ ଜଣିଆ କମିଟି ଗଢ଼ିଲା ଟିଏମସି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତୃଣ ମୂଳ କଂଗ୍ରେସରେ ଦଳୀୟ ଅନ୍ତଃକନ୍ଦଳ ଦେଖା ଦେଇଛି | ଏହାକୁ ଦୃଷ୍ଟିରେ ରଖି ଟିଏମସି ସୁପ୍ରିମୋ ମମତା ବନାର୍ଜୀଙ୍କ ଦ୍ୱାରା ଦଳର ଆମୁଳଚୁଳ ପରିବର୍ତ୍ତନ କରାଯାଇଛି । ଶନିବାର ଏକ ଉଚ୍ଚସ୍ତରୀୟ ବୈଠକରେ ମମତା ବାନାର୍ଜୀ ନୂଆ ୨୦ ଜଣିଆ ଜାତୀୟ କାର୍ଯ୍ୟକାରିଣୀ ଦଳ ଘୋଷଣା କରିଛନ୍ତି । ଦଳରେ କେବଳ ଅଧ୍ୟକ୍ଷ ପଦକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପଦ ହଟାଇ ଦିଆଯାଇଛି । ନୂଆ ତାଲିକା ଅନୁସାରେ କୋଲକାତା ମେୟର ଫିରହାଦ ହାକିମ ଜାତୀୟ କାର୍ଯ୍ୟକାରିଣୀ ଦଳରେ ସ୍ଥାନ ପାଇଛନ୍ତି । ନୂତନ ଭାବେ ପୁନର୍ଗଠିତ ହୋଇଥିବା ଜାତୀୟ କାର୍ଯ୍ୟକାରିଣୀ ଦଳରେ କୌଣସି ନୂଆ ପଦ ଓ ଦାୟିତ୍ୱ ଘୋଷଣା କରାଯାଇନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଳିଘାଟରେ ଥିବା ବାସଭବନରେ ଜାତୀୟ କାର୍ଯ୍ୟକାରିଣୀ ଦଳ ତିଆରି କରିବା ପାଇଁ ଅନୁଷ୍ଠିତ ହାଇଥିଲା । ବୈଠକରେ ପରେ ବରିଷ୍ଠ ଟିଏମସି ନେତା ପାର୍ଥ ଚାଟାର୍ଜୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି କାର୍ଯ୍ୟକାରୀ ଅଧିକାରୀଙ୍କ ନାମ ମମତା ବାନାର୍ଜୀ ପରେ ଘୋଷଣା କରିବେ। ଅନ୍ୟ ଏକ ସୂଚନା ଅନୁସାରେ ଅଭିଶେକ ବାନାର୍ଜୀଙ୍କୁ ଟିଏମସି ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରୁ ହଟାଇ ଦିଆଯାଇଛି । କିନ୍ତୁ ଅଭିଶେକଙ୍କୁ ଜାତୀୟ କାର୍ଯ୍ୟକାରିଣୀ ଦଳରେ ୨୦ ଜଣଙ୍କ ମଧ୍ୟରେ ରହିବାର ସୁଯୋଗ ମିଳିଛି |  ନୂଆ ଜାତୀୟ କାର୍ଯ୍ୟକାରିଣୀ କମିଟିରେ ଅମିତ ମିତ୍ର, ଅଭିଷେକ ବାନାର୍ଜୀ, ଅନୁବ୍ରତ ମଣ୍ଡଳ, ଅରୂପ ବିଶ୍ବାସ, ଅସିମା ପାତ୍ର, ବୁଲୁ ଚିକ ବରୈକ୍‌, ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, ସୁବ୍ରତ ବକ୍ସି, ପାର୍ଥ ଚାଟାର୍ଜୀ, ଫରିଦ୍‌ ହକିମ୍, ଗୌତମ ଦେବ, ଜ୍ୟୋତିପ୍ରିୟ ମଲ୍ଲିକ୍‌, କାକଳୀ ଘୋଷ ଦସ୍ତିଦାର, ରାଜେଶ ତ୍ରିପାଠୀ, ଶୋଭନ ଦେବ ଚଟ୍ଟୋପାଧ୍ୟାୟ, ସୁଦୀପ ବାନାର୍ଜୀ, ସୁଖେନ୍ଦୁ ଶେଖର ରାୟ, ମଳୟ ଘଟକ ଏବଂ ଯଶ୍ବବନ୍ତ ସିହ୍ନା। ନୂଆ କମିଟିରୁ ବ୍ରିଏନ୍‌ ଏବଂ ସୌଗତ ରାୟ ଙ୍କୁ ବାଦ ଦିଆଯାଇଛି |

 

Breaking News