ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖାଇବା ତେଲ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଗତି କିଛି ମାସ ଘରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିସାରିଛନ୍ତି। ଏହି କ୍ରମରେ ଏବେ ଅଶୋଧିତ ପାମ ଅଏଲର କଷ୍ଟମ ଡ୍ୟୁଟି ୫.୫ ପ୍ରତିଶତ ହ୍ରାସ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଖାଇବା ତେଲ ମୂଲ୍ୟ ହ୍ରାସ କରିବା ସହ ଖାଉଟିଙ୍କୁ ଆଶ୍ୱସ୍ତିରେ ସାହଯ୍ୟ କରିବ। ଏକ ସରକାରୀ ବିଜ୍ଞପ୍ତି ଅଶୋଧିତ ପାମ ତେଲ ଉପରେ ପାଞ୍ଚ ପ୍ରତିଶତ କୃଷି ଭିତ୍ତିଭୂମି ବିକାଶ ସେସ୍ ଆଦାୟ କରାଯିବ। ବର୍ତ୍ତମାନ ଯାଏଁ ୭.୫ ପ୍ରତିଶତ ରହିଥିଲା। ଏହି ହ୍ରାସ ସହ ଅଶୋଧିତ ପାମ ଅଏଲ ଉପରେ ପ୍ରଭାବୀ ସୀମା ଶୁଳ୍କ ୮.୨୫ ପ୍ରତିଶତରୁ ହ୍ରାସ ହୋଇ ୫.୫କୁ ଖସିବ। ବ୍ୟବସାୟୀଙ୍କ ମତ, ଏହି ହ୍ରାସ ଯୋଗୁଁ ପ୍ରତି କ୍ୱିଣ୍ଟାଲ ପିଛା ୨୮୦ ଟଙ୍କା ହ୍ରାସ ଘଟିବ। ଏହା ପୂର୍ବରୁ କେନ୍ଦ୍ର ସରକାର ୨୦୨୧ ଅକ୍ଟୋବର ମାସରେ ଖାଇବା ତେଲର ଆମଦାନୀ ଶୁଳ୍କ ହ୍ରାସ କରିଥିଲେ।






More Stories
ପୁଣି ବଢ଼ିଲା ସୁନା ଦର…..
ଉଜ୍ଜ୍ବଳା ଯୋଜନାରେ ବର୍ଷକୁ ୪ ସିଲିଣ୍ଡର…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….