Report Card Odisha

| Daily Odia News

ପ୍ରେମୀ ଯୁଗଳ ପିନ୍ଧିବେ ମାସ୍କ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାତି ପାହିଲେ ପ୍ରେମ ଦିବସ ଅର୍ଥାତ୍‍ ଭାଲେଣ୍ଟାଇନ୍ସ ଡେ’ । ଏହି ଦିନକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ସରକାର ଏକ ଅଜବ ଆଦେଶ ଦେଇଛନ୍ତି । କରୋନା ସଂକ୍ରମଣ ଜାରି ରହିଥିବାରୁ ସମସ୍ତ ପ୍ରେମୀ ଯୁଗଳଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । ଖାଲି ପ୍ରେମୀ ଯୁଗଳ ନୁହେଁ ଦମ୍ପତିଙ୍କ ପାଇଁ ମଧ୍ୟ ଏହି ନିର୍ଦ୍ଦେଶ ରହିଛି । ସାମଜିକ ଦୂରତ୍ୱକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି ଥାଇଲାଣ୍ଡ ସରକାର । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ କରୋନା ସଂକ୍ରମଣରେ ରୋକ୍‍ ଲାଗାଇବାକୁ ଏପରି ପଦକ୍ଷେପ ନେଇଛନ୍ତି ସରକାର । ଥାଇଲାଣ୍ଡରେ ପର୍ଯ୍ୟଟକଙ୍କ ଭିଡ ଯୋଗୁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କେବଳ ସହରରେ ଦୈନିକ କରୋନା ମାମଲା ୮ହଜାର ଚିହ୍ନଟ ହେଉଛନ୍ତି । ଯାହାକି ମାତ୍ର ଗତ ୧୫ ଦିନରେ ଏହା ଦ୍ୱିଗୁଣିତ ହୋଇଛି ବୋଲି କୁହାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ ସଂକ୍ରମଣ ବଢ଼ିବ ନାହିଁ ବୋଲି ଆଶା କରାଯାଉଛି ।

 

Breaking News