ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜିଠାରୁ ଖୋଲୁଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ଗଣଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟକୁ ଶିକ୍ଷକ/ଶିକ୍ଷୟିତ୍ରୀ ଆସିବେ। ତେବେ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ ନାହିଁ। ପଞ୍ଚାୟତ ନିର୍ବାଚନ ଓ ପରିସରରେ ସଫେଇ ସରିଲେ ଆସନ୍ତା ୨୮ରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ ପିଲାମାନେ। ତେବେ ଘରୋଇ ବିଦ୍ୟାଳୟ ଖୋଲିବାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। କିଛି ବିଦ୍ୟାଳୟ ଆଜି ଖୋଲିବା ପାଇଁ ବିଦ୍ୟାର୍ଥୀଙ୍କୁ ଡାକିଥିବାବେଳେ ଅନ୍ୟ କେତେକ ୨୮ରୁ ପାଠପଢା ଆରମ୍ଭ କରିବାକୁ ସ୍ଥିର କରିଛନ୍ତି। ଘରୋଇ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ପଷ୍ଟ ନିଷ୍ପତ୍ତି ନାହିଁ। ସୋମବାରଠାରୁ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଦ୍ୟାଳୟ ଆସିବେ। ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଜରିଆରେ ପାଠ ପଢିବେ।






More Stories
ରାଜପଥରେ ଯୁବକଙ୍କୁ ହାଣିଦେଲେ…..
ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ…..
ଜଳୁଛି ରାଜଧାନୀ;ରେକର୍ଡ ଭାଙ୍ଗିଲା ତାତି…..