Report Card Odisha

| Daily Odia News

ଆଜି ସଂଧ୍ୟା ୭ଟାରେ ସରିବ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରଚାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଆଜି ସଂଧ୍ୟା ୭ଟାରେ ସରିବ ପ୍ରଚାର । ଏଥିପାଇଁ ପ୍ରଚାରକୁ ଜୋରାଦର କରିଛନ୍ତି ସବୁ ରାଜନୈତିକ ଦଳ । ଆସନ୍ତା ୧୬ ତାରିଖରେ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୧ଟି ବ୍ଲକ୍‌ର ୨୦୦ ଜିଲ୍ଲା ପରିଷଦ ଜୋନ୍‌ରେ ମତଦାନ ହେବ । ଉକ୍ତ ଦିନ ୨୨ ହଜାର ୩୭୯ଟି ଓ୍ୱାର୍ଡ ଓ ୧୬ ଶହ ୬୯ଟି ପଂଚାୟତରେ ଭୋଟ୍‌ ଗ୍ରହଣ କରାଯିବ । ଯେଉଁଥିରେ ସାମିଲ ହେବେ ୬୭ ଲକ୍ଷ ୫୧ ହଜାର ଭୋଟର । ଏଥିଲାଗି ଆଜି ୧୧ଟି ଜିଲ୍ଲା ଏବଂ ୧୫ ତାରିଖରେ ୧୯ଟି ଜିଲ୍ଲାକୁ ଯିବେ ପୋଲିଂ ପାର୍ଟି । ଆଜି ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ପୋଲିଂ ବୁଥ୍‌କୁ ଯିବେ ପୋଲିଂ ପାର୍ଟିଂ । ପ୍ରଚାର ସମୟସୀମା ଶେଷ ହେବା ପରେ ରାଜନୈତିକ ଦଳର ନେତା ଓ ଅନ୍ୟ ଅଂଚଳର ନେତାମାନେ ସ୍ଥାନୀୟ ଅଂଚଳରେ ରହିପାରିବେନି । ପଂଚାୟତ ନିର୍ବାଚନ ପାଇଁ ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଏହାପରେ ତିନି ଦିନ ଧରି ୨୬, ୨୭ ଓ ୨୮ରେ ବ୍ଳକ୍ ହେଡକ୍ୱାଟରଗୁଡ଼ିକରେ ଗଣତି ହେବ ।

Breaking News