Report Card Odisha

| Daily Odia News

ଦେଶ ପାଇଁ କଳାଦିନ,ପୁଲୱାମା ଆକ୍ରମଣକୁ ପୁରିଲା ୩ ବର୍ଷ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଫେବୃଆରୀ ୧୪ ତାରିଖ ଦେଶ ପାଇଁ କଳାଦିନ | ୨୦୧୯ ଫେବୃଆରୀ ୧୪ ତାରିଖ ପୁଲୱାମା ଆକ୍ରମଣ ହୋଇଥିଲା | ଆକ୍ରମଣରେ ହୋଇଯାଇଥିଲେ ୪୦ ଜଣ ଭାରତୀୟ ଯବାନ| ଦେଶକୁ ଦୋହଲାଇ ଦେଇଥିବା ଆକ୍ରମଣକୁ ୩ ବର୍ଷ ପୁରିଛି । ସେ ଦୃଶ୍ୟ ଆଖି ସାମନାକୁ ଆସିବା କ୍ଷଣି ଆଜି ବି ଶିହରି ଉଠେ ଦେହ ଆଉ ଥରି ଉଠେ ଛାତି । ୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ଜାମ୍ମୁକାଶ୍ମୀର ପୁଲୱାମାର ଲେଥପୋରା ନିକଟରେ ଧାଡି ଧାଡ଼ି ହୋଇ ଯାଉଥିବା ସିଆରପିଏଫ୍‌ ଯବାନଙ୍କ ବସ୍‌ରେ କରିଥିଲେ ଭୟଙ୍କର ବିସ୍ଫୋରଣ | ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍‌ ଯୋଗେ ଘଟାଇଥିଲେ ବିସ୍ଫୋରଣ |

ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ଯବାନଙ୍କ ରକ୍ତରେ ଭିଜିଯାଇଥିଲା ରାଜପଥ । ଘଟଣାରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ । ପାକିସ୍ତାନର ବାଲାକୋଟ ସ୍ଥିତ ଜୈଶର ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତ । ଏହି କାର୍ୟ୍ୟାନୁଷ୍ଠାନରେ ଜୈଶର ସମସ୍ତ ଆତଙ୍କବାଦୀ ଶିବିର ଧ୍ବଂସ ହୋଇଯାଇଥିବା ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ପୁଲୱାମା ଆକ୍ରମଣର ୩ ବର୍ଷ ଅବସରରେ ସିଆରପିଏଫ ଶହୀଦଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ସେମାନଙ୍କ ନିଷ୍ଠା, ସେବା ଓ ବଳିଦାନ ଆଗରେ ଦେଶ ସର୍ବଦା ନତମସ୍ତକ ହୋଇ ରହିବ । ସେମାନଙ୍କୁ ବଳିଦାନକୁ ଦେଶ କେବେ ବି ଭୁଲିବ ନାହିଁ ।

Breaking News