Report Card Odisha

| Daily Odia News

ଆସନ୍ତାକାଲି ଜେଲ୍‌ରୁ ମୁକୁଳିବେ ଆଶିଷ ମିଶ୍ରା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହାଇକୋର୍ଟ ଜାମିନ୍‌ ଆଦେଶରେ ଥିବା ଦୁଇଟି ‘ମିସିଙ୍ଗ୍‌ ସେକ୍ସନ୍‌’ ସଂଯୋଗ କରିବାରୁ ଲଖିମ୍‌ପୁର ଖେରି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଆସନ୍ତାକାଲି ଜେଲ୍‌ରୁ ମୁକୁଳିବେ। ଫେବ୍ରୁଆରି ୧୦ ତାରିଖ ଦିନ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ, ଆଶିଷଙ୍କ ବି‌ରୋଧରେ ରୁଜୁ ହୋଇଥିବା ଆଉ ଦୁଇଟି ଦଫା (ସେକ୍ସନ୍‌) ଉକ୍ତ ଜାମିନ ଆଦେଶରେ ବାଦ୍‌ ଦିଆଯାଇଥିବାରୁ ସେ ଜେଲ୍‌ରୁ ମୁକୁଳି ପାରି ନ ଥିଲେ। ସେ ଦୁଇଟି ହେଉଛି ଭାରତୀୟ ପଙ୍ଗଳ କୋଡ୍‌ର ଧାରା ୩୦୨ (ନରହତ୍ୟା) ଏବଂ ଧାରା ୧୨୦ ଖ (ଅପରାଧିକ ଷଡ଼ଯନ୍ତ୍ର)। କିନ୍ତୁ, ଆଶିଷଙ୍କ ବି‌ରୋଧରେ ରୁଜୁ ହୋଇଥିବା ଆଉ ଦୁଇଟି ଦଫା (ସେକ୍ସନ୍‌) ଉକ୍ତ ଜାମିନ ଆଦେଶରେ ବାଦ୍‌ ଦିଆଯାଇଥିବାରୁ ସେ ଜେଲ୍‌ରୁ ମୁକୁଳି ପାରି ନ ଥିଲେ। ସେ ଦୁଇଟି ହେଉଛି ଭାରତୀୟ ପଙ୍ଗଳ କୋଡ୍‌ର ଧାରା ୩୦୨ (ନରହତ୍ୟା) ଏବଂ ଧାରା ୧୨୦ ଖ (ଅପରାଧିକ ଷଡ଼ଯନ୍ତ୍ର)। ଜାମିନ୍‌ ଆଦେଶନାମାରେ ଉପରୋକ୍ତ ଦୁଇ ଦଫା ଅନ୍ତର୍ଭୁକ୍ତ କରିବା ଲାଗି ମିଶ୍ରାଙ୍କ ଓକିଲ ସଂଶୋଧନ ଆବେଦନ ଦାଖଲ କରିଥିଲେ। ଆଜି ଆହ୍ଲାବାଦ ହାଇକୋର୍ଟ ସେ ଦୁଇ ଧାରାକୁ ଜାମିନ ଆଦେଶନାମାରେ ସାମିଲ କରିବାକୁ ସ୍ଥିର କରିଥିଲେ। ଅଦାଲତ ସଂଶୋଧିତ ଜାମିନ ଆଦେଶ ଜାରି କରିବା ପରେ ପରେ ଆଶିଷଙ୍କୁ ମୁକୁଳାଇବା ପାଇଁ କାଗଜପତ୍ର କାର୍ଯ୍ୟ ଆରମ୍ଭ ହେବ। ଆସନ୍ତାକାଲି ଉତ୍ତର ପ୍ରଦେଶ ଅନ୍ତର୍ଗତ ଲଖିମ୍‌ପୁର ଜେଲ୍‌ରୁ ମୁକୁଳିବେ। ଅକ୍ଟୋବର ୩ ତାରିଖ ଦିନ ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରିରେ ସଙ୍ଗଠିତ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କୁ ଅକ୍ଟୋବର ୯ ତାରିଖ ଦିନ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ଅକ୍ଟୋବର ୩ ତାରିଖ ଦିନ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଲଖିମ୍‌ପୁର ଖେରି ଗସ୍ତ ଆଗରୁ କୃଷକମାନଙ୍କ ପ୍ରତିବାଦ ବେଳେ ଘଟିଥିବା ଏହି ହିଂସାକାଣ୍ଡରେ କୃଷକ ଓ ‘ବିଜେପି’ କର୍ମୀଙ୍କ ସମେତ ସମୁଦାୟ ୮ଜଣଙ୍କର ମୃତ୍ୟୁ ଘଟିଥିଲା। ସେଥିରୁ ୪ ଜଣ ହେଲେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ କାର୍‌ରେ ଯାଉଥିବା ‘ବିଜେପି’ କର୍ମୀ। ବାକି ୪ଜଣ ଥିଲେ ପ୍ରତିବାଦକାରୀ କୃଷକ।

Breaking News