ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ । ପ୍ରେମ ପାଇଁ ଦିନଟିଏ । ସପ୍ତାହେ ଧରି ଚାଲିଥିବା ପ୍ରେମ ଚାଲିଥିବା ସପ୍ତାହର ଆଜି ହେଉଛି ଶେଷ ଦିନ । ପ୍ରେମୀ ଯୁଗଳଙ୍କ ମନର ଭାବନାକୁ ପରିପ୍ରକାଶ କରିବାର ଖାସ୍ ଦନି । ସାଥୀଟିଏ ନିଜ ସାଥୀକୁ ମନର କଥାକୁ ବିନା କୌଣସି ଦ୍ୱିଧାରେ କହିଥାଏ । ରୋଜ୍ ଡେରେ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହ ଭାଲେଣ୍ଟାଇନ ଡେ ଶେଷ ହୋଇଥାଏ । ପ୍ରେମୀଯୁଗଳ ପରସ୍ପରଙ୍କ ପ୍ରତି ଥିବା ସ୍ନେହ ଓ ଭଲ ପାଇବାର ଦିନ । ପରସ୍ପରକୁ ଉପହାର ଦେଇ ଏହି ଦିବସ ପାଳନ କରିଥାନ୍ତି ପ୍ରେମୀଯୁଗଳ । ଏହି ଦିନକୁ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି ପ୍ରେମୀଯୁଗଳ । ପାଶ୍ଚାତ୍ୟ ସଭ୍ୟତା ହୋଇଥିଲେ ସୁଦ୍ଧା ଏହାକୁ ସାରା ବିଶ୍ୱରେ ପାଳନ କରାଯାଉଛି । ରାଗ ରୁଷା ମାନ ଅଭିମାନ ଛାଡି ପ୍ରେମପକ୍ଷୀ ପାଳନ କରିଥାନ୍ତି ଏହି ପ୍ରେମ ଦିବସକୁ । ଏହି ଦିନଟିକୁ କିଛି ସାମାଜିକ ଅନୁଷ୍ଠାନ ଏହି ଦିବସକୁ ମାତୃପିତୃ ପୂଜନ ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି । ଆଉ ବଜରଙ୍ଗ ଦଳ ଏହାକୁ ପାଶ୍ଚାତ୍ୟ ସଭ୍ୟତାର ସଂସ୍କୃତି କହି ବିରୋଧ କରୁଛନ୍ତି |
More Stories
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ…..
ସୁନ୍ଦର ତ୍ୱଚା ପାଇଁ ଘରୋଇ ଉପାୟ…..
ରୂପି ସମସ୍ୟା ଦୂର କରନ୍ତୁ…..