ରିପୋର୍ଟ କାର୍ଡ / ଗଞ୍ଜାମ ( ଭଗବାନ ପାଢ଼ୀ )
ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚାୟନ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ ତାରିଖ ରୁ ଅନୁଷ୍ଠିତ ହେବାକୁ ଯାଉଛି l ସେଥିଲାଗି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରେସ୍ତୁତି ଚୂଡାନ୍ତ ପର୍ଯ୍ୟାୟରହିଥିବା ବେଳେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ରେ ମଧ୍ୟ ୧୬ ତାରିଖରେ ଭୋଟଗ୍ରହଣ ହେବ l ବ୍ଲକ ର ୨୨ଟି ପଞ୍ଚାୟତରେ ୩୦୧ ବୁଥ ଲାଗି ପ୍ରିଜାଡିଙ୍ଗ ଅଫିସର, ପୁଲିଙ୍ଗ ଅଫିସର ମାନେ ବ୍ଲକ କାର୍ଯ୍ୟାଳୟ ରୁ ନିଜ ନିଜ ବୁଥ ର ବାଲେଟ ବକ୍ସ ଓ ସମସ୍ତ ଆସବାବ ପତ୍ର ସଂଗ୍ରହ କରି ନିଜ ନିଜ ବୁଥ ଅଭିମୁଖେ ଯାଇଛନ୍ତି l

ସେପଟେ ବ୍ଲକ ର ୨୫ ଟି ସମ୍ବେଦନଶିଳ,ଅତି ସମ୍ବେଦନଶିଳ ବୁଥ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହିତ ଶେରଗଡ଼ ପଞ୍ଚାୟତ ୧୨ ନଂ ୱାର୍ଡ ର ବାଳିକା ଉଚ୍ଚ ବିଦ୍ୟାଳୟ ରେ ପିଙ୍କ ବୁଥ ଆୟୋଜନ କରିଛି ପ୍ରଶାସନ l ରାଜ୍ୟ ନିର୍ବାଚନ କମିଶନର ଙ୍କ ନିୟମ ଅନୁସାରେ ଭିନ୍ନକ୍ଷମ ବ୍ୟକ୍ତି ଓ କରୋନା ପଯେଟିଭ ବ୍ୟକ୍ତି ମାନଙ୍କ ଲାଗି ମଧ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତ ଭୋଟର ଭୋଟଦାନ କରିବାକୁ ଅନୁରୋଧ କରିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ |






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..