ରିପୋର୍ଟ କାର୍ଡ / କଟକ
ଆସନ୍ତା ୧୬ ତାରିଖରୁ ପଞ୍ଚାୟତ ନିର୍ଵାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସୁରକ୍ଷା ଵ୍ୟଵସ୍ଥା ସମୀକ୍ଷା କରିଛନ୍ତି କଟକ ଡିଜିପି ପ୍ରତୀକ ସିଂହ । କମିଶନରେଟ୍ ପୋଲିସ ଅଧିନରେ କଟକ ସଦର, ବାଙ୍କୀ ଓ ଚୌଦ୍ବାରର ୮୩୫ଟି ଵୁଥ୍ ରହିଛି । ଏଥିମଧ୍ୟରୁ ପ୍ରାୟ ୨ ଶହ ୫୦ ବୁଥ୍ ସମ୍ବେଦନଶୀଳ ଵୋଲି ଚିହ୍ନଟ କରାଯାଇଛି। ଆସନ୍ତା ୧୬ତାରିଖରୁ ଏହି ଵୁଥ୍ ଗୁଡକରେ ମତାଦାନ ଆରମ୍ଭ ହେଵ। ୧୬, ୧୮, ୨୦ ଓ ୨୨ ତାରିଖରେ ଏହି ଵୁଥ୍ ଗୁଡିକରେ ମତଦାନ ହେଵ। ତେଣୁ ଏହି ସଵୁ ଵୁଥରେ ଯେଉଁଭଳି ଶାନ୍ତି ଶୃଙ୍ଖଳାରେ ମତଦାନ କରାଇବା ପାଇଁ ଓ ସମ୍ପୃକ୍ତ ଅଞ୍ଚଳରେ ୨୪ଘଣ୍ଟିଆ ପାଟ୍ରୋଲିଂ ଏଵଂ କୌଣସି ଅଘଟଣ ଘଟିଲେ ଷ୍ଟ୍ରାଇକିଂ ଫୋର୍ସ ଓ କୁଇକ୍ ରିଆକସନ ଟିମ୍ ଵା କ୍ୟୁଆରଟି କିଭଳି ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵ ସେ ନେଇ ଆଜି ଡିସିପି ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ରଣକୌଶଳ ପ୍ରସ୍ତୁତ କରିଛନ୍ତି। ନିର୍ଵାଚନ ମତାଦାନ ସରିବା ପର୍ଯ୍ୟନ୍ତ ଡିସିପିଙ୍କ କାର୍ଯ୍ୟାଳୟରେ ଏକ ଚଵିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ ଓ ଜଣେ ଏସିପି ଏହି କଣ୍ଟ୍ରୋଲ ରୁମ ଦାୟିତ୍ବରେ ରହିଵେ ଵୋଲି ଡିସିପି ସୂଚନା ଦେଇଛନ୍ତି।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..