Report Card Odisha

| Daily Odia News

୧୬ରୁ ସବୁ କଲେଜ ଖୋଲିବାକୁ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକାରେ ହିଜାବ ବିବାଦ ଯୋଗୁ ବନ୍ଦ ଥିବା କଲେଜ ଖୋଲିବ। ‌ଆସନ୍ତା ୧୬ ତାରିଖରୁ ରାଜ୍ୟରେ ଥିବା ସମସ୍ତ ପ୍ରି-ୟୁନିଭର୍ସିଟି କଲେଜ ଓ ଡିଗ୍ରୀ କଲେଜ ଖୋଲିବାକୁ ଆଜି ରାଜ୍ୟ ଶିକ୍ଷାମନ୍ତ୍ରୀ ବିସି ନାଗେଶ ନିର୍ଦ୍ଦେଶ ଦେଇଛନ୍ତି। କଲେଜରେ ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧି କ୍ଲାସ କରୁଥିବାରୁ ବିବାଦ ଦେଖାଯାଇଥିଲା। ଘଟଣାକୁ ବିରୋଧ କରି ପ୍ରବଳ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ କଲେଜଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଥିଲା। ଗୋଟିଏ ପଟେ ହିଜାବ ବିବାଦକୁ ନେଇ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଅନ୍ୟପଟେ କଲେଜଗୁଡ଼ିକ ଖୋଲିବାକୁ ସରକାର ଆଜି କହିଛନ୍ତି। ମନ୍ତ୍ରୀ ନାଗେଶ ଆଜି କହିଛନ୍ତି, “ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ଶିକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ଚାଲିଥିବା ବୈଠକ ବେଳେ କଲେଜଗୁଡ଼ିକ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କଲେଜ ଖୋଲିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।” ଏହାପୂର୍ବରୁ ସରକାର ଫେବୃଆରୀ ୧୪ ଆର୍ଥାତ ସୋମବାର ଠାରୁ ୧୦ମ ଶ୍ରେଣୀ ଯାଏ ସ୍କୁଲ ଖୋଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଆଜି ସ୍କୁଲ ଖୋଲିବା ମାତ୍ରେ କିଛି ଛାତ୍ରୀ ହିଜାବ ପିନ୍ଧି ଆସିଥିଲେ। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ଏହାକୁ କାଢ଼ିବା ପାଇଁ କହିଥିଲେ। ହିଜାବ କାଢ଼ୁଥିବା ପିଲାମାନଙ୍କୁ ସ୍କୁଲରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ଅନ୍ୟପକ୍ଷରେ କୋର୍ଟ ହିଜାବ ବିବାଦକୁ ନେଇ ଆଗତ ଆବେଦର ଶୁଣାଣି ଜାରି ରଖିଛନ୍ତି।

Breaking News