ରିପୋର୍ଟ କାର୍ଡ / ଭୁବନେଶ୍ୱର
ବୁଧବାର ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୧ମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ | ସେଥି ପାଇଁ ପ୍ରସ୍ତୁତି ଚୂଡାନ୍ତରେ ପହଂଚିଛି । ମଙ୍ଗଳବାର ଅପରାହ୍ନ ସୁଦ୍ଧା ପୋଲିଂ ପାର୍ଟି ସମସ୍ତ ବୁଥରେ ପହଞ୍ଚିବେ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବୁଧବାର ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ହେବ ମତଦାନ। ଏଥିପାଇଁ ପୋଲିଂ ଅଧିକାରୀଙ୍କୁ ମତଦାନ ହେବାକୁ ଥିବା ବୁଥରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିହ୍ନଟ ହୋଇଥିବା ତଥ୍ୟ ଅନୁସାରେ ୨୨୩୭୯ଟି ବୁଥ୍ ମଧ୍ୟରୁ ୩୩୫୭ଟି ସମ୍ବେଦନଶୀଳ ରହିଛି । ପ୍ରାୟ ୨୨୫ ପ୍ଲାଟୁନ ପୋଲିସ ଫୋର୍ସ ବୁଥ୍ର ସୁରକ୍ଷା ଦାୟିତ୍ୱରେ ମୁତୟନ କରାଯାଇଛି । ମୋଟ ୭୨୬ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅଛନ୍ତି । ସେହିପରି ମତଦାନ ଲାଗି ପରିଚୟ ପତ୍ର ବାଧ୍ୟତାମୂଳକ । ଭୋଟ ଗ୍ରହଣ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ଭୋଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନାଁ ଭୋଟର ତାଲିକାରେ ରହିବା ଜରୁରୀ । ଭୋଟର ଆଇ କାର୍ଡ ନଥିଲେ ମଧ୍ୟ ଅନ୍ୟ ୧୩ଟି ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । ପ୍ୟାନ୍ କାର୍ଡ, ଆଧାର କାର୍ଡ, ପାସପୋର୍ଟ ଦେଖାଇ ଜଣେ ଭୋଟ ଦେଇପାରିବେ ବୋଲି ନିର୍ବାଚନ କମିଶନର କହିଛନ୍ତି । ବୁଥ୍କୁ ଯିବା ସମୟରେ ମାସ୍କ ପିନ୍ଧିବା ଜରୁରୀ । ଭୋଟ ଦାନ କେନ୍ଦ୍ରରେ କୋଭିଡ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କୁ କରୋନା କଟକଣା ମାନିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସମସ୍ତ ଭୋଟରଙ୍କୁ ଅପିଲ୍ କରିଛନ୍ତି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..