ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ସରଳ ଓ ନିରାଡ଼ମ୍ବର ଜୀବନ-ଯାପନ କରିବେ। ଦାନାଦି କର୍ମରେ ଦୀକ୍ଷିତ ହୋଇ ଜୀବନକୁ ମଧୁମୟ କରିପାରନ୍ତି। ଶ୍ରମ ସାର୍ଥକ ହେବ। ଗୃହ ପରିବେଶ ଉତ୍ତମ ମାନର ହେବ।
ବୃଷ: ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହେବେ। ଆତ୍ମବିଶ୍ବାସୀ ହେବେ।
ମିଥୁନ: ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଲେଖନୀ ମୁନରେ ଦିଗ୍ଦର୍ଶନ ଦେବେ। ଧୀ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଅପୂର୍ଣ୍ଣାତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଧନପ୍ରାପ୍ତ ହେବେ।
କର୍କଟ: ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ବିନା ଶ୍ରମରେ ଅର୍ଥାଗମ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ।
ସିଂହ: ଆତ୍ମଜ୍ଞାନ ପ୍ରାପ୍ତିର ଲକ୍ଷ୍ୟରେ ଏକାନ୍ତ ସାଧନାରେ ବ୍ରତୀ ହୋଇପାରନ୍ତି। ଭାଷା, ବ୍ୟବହାରରେ ଶାଳୀନତା ଆପଣଙ୍କୁ ମର୍ଯ୍ୟାଦାସମ୍ପନ୍ନ କରିପାରେ। ଧର୍ମୀୟ କାର୍ଯ୍ୟରେ ଅକୁଣ୍ଠ ବ୍ୟୟ କରିପାରନ୍ତି।
କନ୍ୟା: ଜୀବନର ସମ୍ମୋହନ ଜଗଦୀଶଙ୍କ ଶରଣାଗତ ହେବେ। ଜ୍ୟୋତିର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ଈପ୍ସିତ ଦ୍ରବ୍ୟ ସରକାରୀ ସ୍ତରରୁ ପ୍ରାପ୍ତ ହୋଇପାରନ୍ତି। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ।
ତୁଳା: ଦୟାଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୀଳଧନରେ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରନ୍ତି। ପରିବାରର ମାନ-ସମ୍ମାନ ରକ୍ଷାକରିବାରେ ସକ୍ଷମ ହେବେ। ରାଜଧନ ପ୍ରାପ୍ତ ହେବେ।
ବିଛା: ସୁବିମଳ ଯଶର ଅଧିକାରୀ ହେବେ। ନିର୍ଭରଶୀଳ ନ ହୋଇ କର୍ମତତ୍ପର ହେବେ। ଗୁଣର ପ୍ରସାର ଘଟାଇ ଅନ୍ୟକୁ ଆକର୍ଷିତ କରିପାରନ୍ତି। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। କର୍ଯ୍ୟ ସଅଳ-ସୁଗମ ହେବ।
ଧନୁ: ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ଧୈର୍ଯ୍ୟର ସହିତ ଅନଟନର ମୁକାବିଲା କରି କୃତକାର୍ଯ୍ୟ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବି, କର୍ମତତ୍ପର ରହିବେ।
ମକର: ଆଚରଣ ଶୁଦ୍ଧିକରି ପ୍ରବଚନକୁ ସାର୍ବଜନୀନ କରିବାରେ ପାରଙ୍ଗମ ହେବେ। ସେବା ମନୋଭାବ ଯୋଗଁୁ ମହନୀୟ ପଦପଦବୀ ପ୍ରାପ୍ତ ହେବେ। ଅହଂଭାବ ପରିତ୍ୟାଗ ନ କଲେ ନିନ୍ଦାଭାବରୁ ମୁକ୍ତି ମିଳିନପାରେ।
କୁମ୍ଭ: ଦୟାଳୁ, ଗୁଣାତୀତ ଓ ସମ୍ୟକ ତତ୍ତ୍ବଦର୍ଶୀ ହୋଇପାରନ୍ତି। ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହେବେ। ଆଚାର ଓ ବ୍ୟବହାରରେ ସଙ୍କୁଚିତ ହୋଇ ଶତ୍ରୁ ଆପଣାଛାଏଁ ଅପସରି ଯିବ।
ମୀନ: ନିଜ ଅନୁଭୂତିରୁ ଉତ୍ପନ୍ନ ଲେଖା ପାଠକମାନଙ୍କ ପାଇଁ ଉପାଦେୟ ହେବ। ହଠାତ୍ ଧନଲକ୍ଷ୍ମୀ ପ୍ରସନ୍ନ ହୋଇପାରନ୍ତି। ଜ୍ୟୋତିର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ପ୍ରେରଣା ଆପଣଙ୍କୁ ସନ୍ମାର୍ଗୀ କରିପାରେ।






More Stories
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଆଜି ପବିତ୍ର ଧନତେରାସ…..
ଧନ ଲାଭ କରିବେ…..