ରିପୋର୍ଟ କାର୍ଡ / ପୁରୀ
ମତଦାନ କେନ୍ଦ୍ରରୁ ଭୋଟ ବାକ୍ସ ଉଠାଇନେଲେ ଦର୍ବୃତ୍ତ | ଏଭଳି ଘଟଣା ସାମ୍ନାକୁ ଆସିଛି ବ୍ରହ୍ମଗିରି ବ୍ଲକ ଚାପମାଣିକ ପଞ୍ଚାୟତ କାଶୀଝରିଆ ଗାଁର ୯ ନମ୍ବର ବୁଥରୁ | ମତଦାନ ଚାଲିଥିବାବେଳେ କିଛି ଦୁର୍ବୃତ୍ତ ହଠାତ ମତଦାନ କେନ୍ଦ୍ର ଭିତରେ ପଶି ଭୋଟ ବାକ୍ସ ଉଠାଇ ନେଇଥିବା ସୂଚନା ମିଳିଛି । ଭୋଟ ବାକ୍ସକୁ ନେଇ ଜଙ୍ଗଲ ଭିତରକୁ ପଳାଇଛନ୍ତି ଦୁର୍ବୃତ୍ତ। ପୁରୀ ସଦର ଏସଡିପିଓଙ୍କ ସହିତ ପୋଲିସ ଫୋର୍ସ ପହଞ୍ଚି ଜଙ୍ଗଲ ଭିତରେ ଭୋଟ ବାକ୍ସ ଖୋଜାଖୋଜି କରୁଥିବା ସୂଚନା ମିଳିଛି। ବର୍ତ୍ତମାନ ସେଠାରେ ମତଦାନ ବନ୍ଦ ରହିଛି। କଡା ସୁରକ୍ଷା ଭିତରେ କିଭଳି ଦର୍ବୃତ୍ତ ଭୋଟ ବାକ୍ସ ଉଠାଇନେଲେ ସେନେଇ ପ୍ରଶ୍ନ ବାଛି ସୄଷ୍ଟି ହେଉଛି |






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….