ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବୀ ଅଭିନେତା ତଥା ସାମାଜି କର୍ମୀ ଦୀପ ସିଦ୍ଧୁଙ୍କର ଗତକାଲି ଦିଲ୍ଲୀରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତବର୍ଷ କୃଷି ଆଇନ ବିରୋଧରେ ଚାଷୀମାନେ କରିଥିବା ଟ୍ରାକ୍ଟର ରାଲି ବେଳେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଦୀପ ସିଦ୍ଧୁ ଚାଷୀଙ୍କୁ ଉସକାଇ ଲାଲକିଲ୍ଲାରେ ଶିଖ ପତାକା ଉଡ଼ାଇବା ସହ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ଫସିଥିଲେ। ଏଥିପାଇଁ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ତେବେ ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ଜାମିନ ମିଳିଥିଲା। ମଙ୍ଗଳବାର କିନ୍ତୁ ହରିଆଣାର ସୋନିପତ ନିକଟରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ଏହି ଯୁବ ଅଭିନେତାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ୩୭ ବର୍ଷୀୟ ଦୀପ ସିଦ୍ଧୁ ଆଜି ରାତି ପ୍ରାୟ ୯.୩୦ରେ ଦିଲ୍ଲୀରୁ ପଞ୍ଜାବର ଭାଟିଣ୍ଡା ଯାଉଥିଲେ। ତେବେ କୁଣ୍ଡଲି-ମାନେସର-ପାଲୱାଲ ଏକ୍ସପ୍ରେସ ୱେରେ ଅଘଟଣ ଘଟିଥିଲା। ସେ ଯାଉଥିବା କାର୍ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଗୋଟିଏ ଟ୍ରକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସିଦ୍ଧୁଙ୍କ ମୃତ୍ୟୁ ହୋଇଛି।ହେଲେ ତାଙ୍କ ସହ କାରରେ ଥିବା ବାନ୍ଧବୀ ରୀନା ରାୟ ସୌଭାଗ୍ୟବତସଃ ବଞ୍ଚିଯାଇଛନ୍ତି। ପୁଲିସ କହିବା ଅନୁଯାୟୀ କାରରେ ବାମ ପାର୍ଶ୍ୱରେ ବସିଥିଲେ ରୀନା। ତେବେ ସେହି ପାର୍ଶ୍ୱରେ ବିଶେଷ କ୍ଷୟକ୍ଷତି ହୋଇ ନାହିଁ। ଦୁର୍ଘଟଣା ପରେ ରୀନାଙ୍କ ପାର୍ଶ୍ୱରେ ଥିବା ଏୟାର ବ୍ୟାଗଟି ତୁରନ୍ତ ଖୋଲି ଯିବାରୁ ସେ ଏକ ନିଶ୍ଚିତ ବିପଦରୁ ବର୍ତ୍ତିଯାଇଛନ୍ତି। ଉକ୍ତ କାରରେ ବାମ ପାର୍ଶ୍ୱରେ ଥିବା ରୀନା ସିଟବେଲଟ୍ ପିନ୍ଧିଥିଲେ ଏବଂ ହଠାତ୍ ତାଙ୍କର ଏୟାର ବ୍ୟାଗ ଖୋଲି ନଥିଲା। କିନ୍ତୁ ଦୁର୍ଘଟଣା ବେଳେ ହଠାତ୍ ଏୟାର ବ୍ୟାଗଟି ବଡ଼ ଯୋରରେ ଖୋଲିଥିଲା।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..