Report Card Odisha

| Daily Odia News

କଣ୍ଟେନରକୁ ଧକ୍କା ଦେଲା କାର,୨ ଶିଶୁ ସମେତ ୬ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶର ବାରାବଙ୍କୀ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଆଜି ଭୋର ୩ଟା ସମୟରେ ଅଯୋଧ୍ୟା-ଲଖନଉ ହାଇୱେରେ ରାମସନେହୀଘାଟ କୋତବାଲୀର ନାରାୟଣପୁର ନିକଟରେ କାର ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି ବୋଲି ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଯୋଗ୍ୟ, ଗୁଜରାଟର ସୁରଟରୁ ଆସୁଥିବା ଏକ କାରରେ ଉକ୍ତ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେମାନେଅଯେ।।ଧ୍ୟା ଜିଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହାଇୱେରେ ଠିଆ ହୋଇଥିବା କଣ୍ଟେନରକୁ ପଛ ପଟୁ କାରଟି ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଖୁବ ଜୋରରେ ହୋଇଥିବାରୁ କାରର ଅଧିକାଂଶ ଅଂଶ କ୍ଷତିଗ୍ରସ୍ତ ହୋଇଛି।

Breaking News