ରିପୋର୍ଟ କାର୍ଡ / କଟକ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୋଲିସ କମ୍ୟୁନିକେଶନ୍ ସେଲ୍ରେ କାର୍ଯ୍ୟରତ ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ର ଗିରଫ ହୋଇଛନ୍ତି। ଆଜି ତାଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହାସହ ତାଙ୍କ ସ୍ତ୍ରୀଙ୍କ ନାମରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ-ଗତକାଲି ଏଏସ୍ପି ତ୍ରିନାଥ ମିଶ୍ରଙ୍କ କଟକ ସ୍ଥିତ ଅଫିସ୍ ଓ ସରକାରୀ ବାସଭବନ ସମେତ ମୋଟ ୧୧ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କାର ଏକ ବିଏମଡବ୍ଲ୍ୟୁ କାର ଜବତ କରାଯାଇଛି। ଏହା ସହିତ ୧୭ ଲକ୍ଷର ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍, ସେଭ୍ରୋଲେ ଟ୍ରେଲବ୍ଲେଜର କାର୍ର ଏବଂ ୫.୩ ଲକ୍ଷର GTR 250 ହୋସୁଙ୍ଗ ବାଇକ, ୧ ଲକ୍ଷ ୭୫ ହଜାର ମୂଲ୍ୟର ବୁଲେଟ ଓ ୨୦ ଲକ୍ଷ ଟଙ୍କାର ଟ୍ରମ୍ଫ ରକେଟ ବାଇକ୍ ଜବତ କରାଯାଇଛି। ଚଣ୍ଡିଖୋଲରେ ତାଙ୍କର ଏକ ହସ୍ପିଟାଲ୍ ଥିବା ବେଳେ ଟ୍ରାନ୍ସପୋର୍ଟ ଓ ଔଷଧ ବେପାର ମଧ୍ୟ ଚଲାଇଥିଲେ। ହସ୍ପିଟାଲ ବ୍ୟବସାୟ ତ୍ରିନାଥଙ୍କ ପତ୍ନୀଙ୍କ ନାଁରେ ରହିଛି। କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ପୁଅଙ୍କ ନାଁରେ ଔଷଧ ଉଦ୍ୟୋଗ ରହିଛି। ଭୁବନେଶ୍ୱରର ରସୁଲଗଡ଼ ମନୋରମା ଇଷ୍ଟେଟରେ ତାଙ୍କର ଏକ 3BHK ଫ୍ଲାଟ ଥିବା ବେଳେ ବଡ଼ଚଣାରେ ଏକ ଶାନ୍ତିଲତା ଫାର୍ମ ହାଉସ୍ ରହିଛି।






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..