ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଟ୍ୟାକ୍ସ କଲେକ୍ଟର ଦିନବନ୍ଧୁ ପଣ୍ଡା। ଆଜି ଜଣେ ବ୍ୟକ୍ତିଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅଭିଯୋଗକାରୀଙ୍କ କହିବାନୁସାରେ, ତାଙ୍କ ନାମରେ କ୍ରୟ ହୋଇଥିବା କୋଠା ଉପରେ ହୋଲଡିଂ ନମ୍ବର ସ୍ଥାନାନ୍ତର ଏବଂ ବାର୍ଷିକ ହୋଲଡିଂ ଟ୍ୟାକ୍ସ ହ୍ରାସ ପାଇଁ ଦିନବନ୍ଧୁ ତାଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଜି ଦିନବନ୍ଧୁ ସେହି ବ୍ୟକ୍ତିଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଗିରଫ କରି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..