Report Card Odisha

| Daily Odia News

ସାଂସାରିକ ସୁଖ ମିଳିବ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଧୈର୍ଯ୍ୟବାନ୍‌ ହେବେ। ସମ୍ମାନିତ ହୋଇପାରନ୍ତି।

ବୃଷ : ପଢ଼ାପଢ଼ିରେ ମନୋନିବେଶ କରିବେ। ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟା ରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ଜନବଲ୍ଲଭଭାବେ ସମ୍ମାନିତ ହେବେ।

ମିଥୁନ : ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ସାଂସାରିକ ସୁଖ ମିଳିବ। କୃଷି କର୍ମରୁ ଲାଭବାନ୍‌ ହେବେ। ପରିଶ୍ରମର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।

କର୍କଟ : କର୍ମକ୍ଷେତ୍ରରୁ ସଫଳତା ମିଳିବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଈଶ୍ବରଙ୍କ ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

ସିଂହ : ଅଜାତ ଶତ୍ରୁ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହେବ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚଞ୍ଚଳ ଚେଷ୍ଟିତ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ମାନ-ସମ୍ମାନଯୁକ୍ତ ହେବେ।

କନ୍ୟା : ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ତୁଳା : ଅସୁସ୍ଥତାରୁ ଆରୋଗ୍ୟ ହେବେ। ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ବିତର୍କରୁ ଓହରି ଯାଇପାରନ୍ତି। ଆଚରଣ ଓ ଉଚ୍ଚାରଣରେ ଶାଳୀନତା ରହିବ। କର୍ମଚଞ୍ଚଳ ରହିବେ।

ବିଛା :​‌ ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ମନୋବଳ ଦୃଢ଼ ରହିବ। ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରି ଲାଭବାନ୍‌ ହେବେ। ଚିନ୍ତା ଦୂର ହେବ। ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

ଧନୁ : ନିଷ୍ଠାପର ଭାବେ କର୍ତ୍ତବ୍ୟ ପାଳନ କରି ଆତ୍ମସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ବିଭାଗୀୟ କୃପାଲାଭ କରିବେ।

ମକର : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍‌ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।

କୁମ୍ଭ : ଅସୁସ୍ଥତା ଅନୁଭବ କରୁଥିଲେ ବି, କର୍ମତତ୍ପର ରହିବେ। ସଜ୍ଜନ ବ୍ୟକ୍ତିଭାବେ ଜନାଦ୍ରୁତ ହେବେ। ଅଭିଜ୍ଞତା ବିଜ୍ଞତାର ପରିଚୟ ହେବ। କ୍ଷମାସାଗର ହୋଇପାରନ୍ତି। ସାରାଦିନ ସତର୍କ ରହିବେ।

ମୀନ : ଯଶସ୍ବୀ ହେବେ। ସାଂସାରିକ ସୁଖ ମିଳିବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ସୁଖକର ଘଟଣା ଘଟିବ। ଆନନ୍ଦ ଉପଭୋଗ କରିବେ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ।

Breaking News