ରିପୋର୍ଟ କାର୍ଡ / ଭୁବନେଶ୍ୱର
ନବରଙ୍ଗପୁର ଜିଲ୍ଲା ସୋରିଷପଦର ନିକଟରେ ସଡ଼କ ଦୁର୍ଘଟଣା ଘଟି ୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଓ ୨୦ରୁ ଊର୍ଦ୍ଧ୍ବ ଆହତ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଏକ ଟ୍ବିଟ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ନବରଙ୍ଗପୁର ଜିଲ୍ଲା ସୋରିଷପଦର ନିକଟରେ ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ବସ୍ ଦୁର୍ଘଟଣାରେ ସଂଖ୍ୟାଧିକ ପୁଲିସ କର୍ମଚାରୀ ପ୍ରାଣ ହରାଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।’
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….