ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଶନିବାର ସକାଳ ସୁଦ୍ଧା ମୋଟ ୬ କୋଟି ୮୪ ହଜାର ୧୪୦ ପାନ ଟିକା ଦିଆଯାଇଛି। ଶୁକ୍ରବାର ରାଜ୍ୟର ୨୭୯୫ କେନ୍ଦ୍ରରେ ୧ଲକ୍ଷ ୨୮ହଜାର ୫୦୨ ହିତାଧିକାରୀ ଟିକା ନେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ରାଜ୍ୟରେ ୧୦୩୩ ସ୍ବାସ୍ଥ୍ୟକର୍ମୀ, ୯୫୨ ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ୩୯୫୫ ହିତାଧିକାରୀ ପ୍ରତିଷେଧାତ୍ମକ ପାନ ନେଇଛନ୍ତି। ୧୫ରୁ ୧୮ ବର୍ଷର ୧୦ ହଜାର ୨୬୦ କିଶୋର-କିଶୋରୀ ପ୍ରଥମ ପାନ ଓ ୨୭ହଜାର ୯୦୨ ଦ୍ବିତୀୟ ପାନ ନେଇଛନ୍ତି। ସେହିପରି ୮ ସ୍ବାସ୍ଥ୍ୟକର୍ମୀ ପ୍ରଥମ ପାନ, ୭୯ ଦ୍ବିତୀୟ ପାନ ନେଇଛନ୍ତି।






More Stories
ଆନ୍ଧ୍ରପ୍ରଦେଶରେ କୋଭିଡ ଆତଙ୍କ; ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ…..
ଆଜି ନବଯୌବନ ଦର୍ଶନ…..
କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର…..