ରିପୋର୍ଟ କାର୍ଡ / ଭୁବନେଶ୍ୱର
୧୭ ସ୍ତ୍ରୀ ରଖି ଚର୍ଚ୍ଚାରେ ଥିବା ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ ୫ ଦିନିଅ ରିମାଣ୍ଡରେ | ସ୍ୱାଇଁଙ୍କ ସ୍ତ୍ରୀ ତାଲିକା ଲମ୍ବି ଚାଲିଥିବା ବେଳେ ଠକେଇର ଶିକାର ଲୋକେ ବି ଫିଟାଉଛନ୍ତି ପାଟି। ତେବେ ପତ୍ନୀ ତାଲିକାକୁ ଆହୁରି ଲମ୍ବାଇବା ପାଇଁ ଜାଲ ବିଛାଇଥିବା ରମେଶ ଆଉ କାହାକୁ କାହାକୁ କରିଥିଲେ ଟାର୍ଗେଟ, ତାହାର ଖୋଳତାଡ଼ କରୁଛି ପୁଲିସ୍। ଏହି ସମସ୍ତ ଗୁମର ଖୋଲିବାକୁ ରମେଶଙ୍କୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କମିଶନରେଟ୍ ପୁଲିସ୍। ଏପରିକି ଅଭିଯୁକ୍ତର ୩୦ ବର୍ଷର ଫାଇଲ କାଢିବାକୁ ପୁଲିସ୍ ଯୋଜନା ରଖିଥିବା ସୂଚନା ମିଳିଛି । ବିବାହ ନାଁରେ ମହିଳାଙ୍କୁ ଠକେଇ, ଚାକିରି କରାଇ ଦେବା ନାଁରେ ଠକେଇ ଭଳି ସଙ୍ଗୀନ ଅପରାଧ ମାମଲା ତାଙ୍କ ନାଁରେ ରହିଛି । ସମସ୍ତ ଅପରାଧର ତଦନ୍ତ ପାଇଁ ସାଇବର ଅଧିକାରୀ, ଆଣ୍ଟି ଫ୍ରଡ୍ ସେଲକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଛି ।






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….