ରିପୋର୍ଟ କାର୍ଡ / ଭୁବନେଶ୍ୱର
୧୭ ସ୍ତ୍ରୀ ରଖି ଚର୍ଚ୍ଚାରେ ଥିବା ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ ୫ ଦିନିଅ ରିମାଣ୍ଡରେ | ସ୍ୱାଇଁଙ୍କ ସ୍ତ୍ରୀ ତାଲିକା ଲମ୍ବି ଚାଲିଥିବା ବେଳେ ଠକେଇର ଶିକାର ଲୋକେ ବି ଫିଟାଉଛନ୍ତି ପାଟି। ତେବେ ପତ୍ନୀ ତାଲିକାକୁ ଆହୁରି ଲମ୍ବାଇବା ପାଇଁ ଜାଲ ବିଛାଇଥିବା ରମେଶ ଆଉ କାହାକୁ କାହାକୁ କରିଥିଲେ ଟାର୍ଗେଟ, ତାହାର ଖୋଳତାଡ଼ କରୁଛି ପୁଲିସ୍। ଏହି ସମସ୍ତ ଗୁମର ଖୋଲିବାକୁ ରମେଶଙ୍କୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କମିଶନରେଟ୍ ପୁଲିସ୍। ଏପରିକି ଅଭିଯୁକ୍ତର ୩୦ ବର୍ଷର ଫାଇଲ କାଢିବାକୁ ପୁଲିସ୍ ଯୋଜନା ରଖିଥିବା ସୂଚନା ମିଳିଛି । ବିବାହ ନାଁରେ ମହିଳାଙ୍କୁ ଠକେଇ, ଚାକିରି କରାଇ ଦେବା ନାଁରେ ଠକେଇ ଭଳି ସଙ୍ଗୀନ ଅପରାଧ ମାମଲା ତାଙ୍କ ନାଁରେ ରହିଛି । ସମସ୍ତ ଅପରାଧର ତଦନ୍ତ ପାଇଁ ସାଇବର ଅଧିକାରୀ, ଆଣ୍ଟି ଫ୍ରଡ୍ ସେଲକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଛି ।
More Stories
ଚାନ୍ଦିପୁରରେ ବସିବ ସୁରକ୍ଷା ବୈଠକ……
ଅପରେଶନ ସିନ୍ଦୂରର:ଭୁବନେଶ୍ୱରରୁ ବିମାନ ଉଡାଣ ବାତିଲ…..
ଶାହାଙ୍କ ଓଡିଶା ଗସ୍ତ ବାତିଲ…..