ରିପୋର୍ଟ କାର୍ଡ / ପାଟନା
ବିହାର ମଧୁବନୀ ରେଳ ଷ୍ଟେସନ୍ରେ ଗୋଟାଏ ଖାଲି ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଛି | ନିଆଁ ଲିଭାଯାଇଥିବା ନେଇ ପୂର୍ବ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ପୂର୍ବ କେନ୍ଦ୍ରୀୟ ରେଳବାଇ କହିଛି, ପୂର୍ବାହ୍ନ ୯:୫୦ରେ ମଧୁବନୀ ରେଳ ଷ୍ଟେସନରେ ‘ସ୍ବତନ୍ତ୍ର ସେନାନୀ ସୁପର୍ଫାଷ୍ଟ୍ ଏକ୍ସପ୍ରେସ୍’ର ଫାଙ୍କା ବଗିରେ ଲାଗିଥିବା ନିଆଁ ଲିଭାଇ ଦିଆଯାଇଛି। ଏହି ଅଘଟଣରେ କେହି ମୃତାହତ ହୋଇ ନାହାନ୍ତି। ପ୍ରାପ୍ତ ସୂଚନା ଅନୁସାରେ,ଦିଲ୍ଲୀରୁ ଆସି ମଧୁବନୀ ଷ୍ଟେସନ୍ ୩ ନମ୍ବର ପ୍ଲାଟ୍ଫର୍ମରେ ଠିଆ ହୋଇଥିବା ‘ସ୍ବତନ୍ତ୍ର ସେନାନୀ ସୁପର୍ଫାଷ୍ଟ୍ ଏକ୍ସପ୍ରେସ୍’ରେ ସକାଳ ପ୍ରାୟ ୯ଟା ବେଳେ ହଠାତ୍ ନିଆଁ ଜଳିଉଠିଥିଲା। ଖବର ପାଇବା କ୍ଷଣି ଷ୍ଟେସନ୍ କର୍ମଚାରୀ, ସ୍ଥାନୀୟ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ‘ଇସିଆର୍’ କହିଛି। ୫ଟି ବଗି ନିଆଁରେ ଜଳିଯାଇଛି ବୋଲି ପୂର୍ବରୁ ରିପୋର୍ଟ କରାଯାଇଥିଲା। କିନ୍ତୁ, ମାତ୍ର ୧ଟି ବଗି ପୋଡ଼ିଯାଇଥିବା କଥା ରେଳବାଇ କହିଛି। ସ୍ବତନ୍ତ୍ର ସେନାନୀ ଏକ୍ସପ୍ରେସ୍ ଜୟନଗର ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରେ।






More Stories
ରାଜଧାନୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ…..
ଦେଶ ହେବ ନିଶାମୁକ୍ତ…..
ରୁପା ଆମଦାନୀ ଉପରେ କଟକଣା……