ରିପୋର୍ଟ କାର୍ଡ / ପାରାଦ୍ୱୀପ
ଆଜି ପୁଣି ଢିଙ୍କିଆରେ ମାଡ଼ ଓ ଠେଲାପେଲା ସହ ଉତ୍ତେଜନା ପରିବେଶ ରହିଛି । ହାଇକୋର୍ଟ ୫ ଜଣିଆ କମିଟିଙ୍କ ଗସ୍ତ ବେଳେ ଉତ୍ତେଜନା ହୋଇଥିବା ଜଣାପଡିଛି । କମିଟି ସହ ଯାଇଥିବା ଜଣେ ସାମାଜିକ କର୍ମୀଙ୍କୁ ଠେଲାପେଲା ହୋଇଥିବା ସୂଚନା ମିଳିଛି । ୫ ଜଣିଆ ଟିମକୁ ଭେଟିବାକୁ ଚାହିଁଥିଲେ କିଛି ସ୍ଥାନୀୟ ଲୋକେ । ଏହାକୁ ନେଇ ଦୁଇଟି ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କମିଟିକୁ ଭେଟିବାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି । ଜଣେ ଶିଳ୍ପ ବିରୋଧୀ ନେତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ହାଇକୋର୍ଟ କମିଟି ଓ ପୋଲିସ ଉପସ୍ଥିତିରେ ନିସ୍ତୁକ ମାଡ଼ ମରାଯାଇଥିବା ଜଣାପଡିଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..