ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭାରତ ସରକାରଙ୍କ ଅଧୀନସ୍ଥ ଏନ୍.ସି.ଇ.ଆର.ଟି ଦ୍ୱାରା ପରିଚାଳିତ ଜାତୀୟ ସ୍ତରୀୟ ମେଧାବୃତ୍ତି ୨୦୨୦-୨୧ର ଚୂଡାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗନଗରର ତିନି ଛାତ୍ର ପ୍ରିୟାଂଶୁ ପଣ୍ଡା, ଆଦ୍ୟାଂଶୁ ବେଉରା ଓ ଶୁଭମ୍ ସୌମ୍ୟରଞ୍ଜନ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଏହି ସମ୍ମାନଜନକ ମେଧବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ପରୀକ୍ଷାରେ ନିଜର କଠିନ ଅଧ୍ୟବସାୟ, ଶିକ୍ଷକଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ଓ ପିତାମାତାଙ୍କ ପ୍ରେରଣାରେ ସମଗ୍ର ଦେଶରୁ ଯୋଗ୍ୟ ବିବେଚିତ ଦୁଇହଜାର କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇ ଏହି ତିନି ଛାତ୍ର ସେମାନଙ୍କ ପାଠପଢା ସମାପ୍ତ ହେବା ପର୍ଯ୍ୟନ୍ତ ଏହି ବୃତ୍ତି ଯଥା ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବାର୍ଷିକ ୧୫୦୦୦ ଟଙ୍କା, ସ୍ନାତକ ଓ ସ୍ନାତକତ୍ତୋର ପାଇଁ ୨୪୦୦୦ ଟଙ୍କା ଏବଂ ପି.ଏଚ୍.ଡି ପାଇଁ ୟୁ.ଜି.ସି ର ଗାଇଡ୍ଲାଇନ୍ ଅନୁଯାୟୀ ଅର୍ଥରାଶି ପାଇବେ ।

ଏଠାରେ ପ୍ରକାଶ ଯୋଗ୍ୟଯେ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ଚାରି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତିନିଜଣ କୃତକାର୍ଯ୍ୟ ହେବା ଏକ ସମ୍ମାନର ବିଷୟ । କୃତୀଛାତ୍ରମାନଙ୍କ ଏହି ଅନନ୍ୟ ସଫଳତାରେ ଡି.ଏ.ଭି ବିଦ୍ୟାଳୟ ସମୂହ ଜୋନ-୧ର ଆ ଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ଶତପଥୀ, ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ଓ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ଅଭିନନ୍ଦନ ଜ୍ଞାପନ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..