Report Card Odisha

| Daily Odia News

ଏସିଆର ସବୁଠୁ ବଡ଼ ବାୟୋ-ସିଏନଜି ପ୍ଲାଣ୍ଟର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ତଥା ଏସିଆ ମହାଦେଶର ସବୁଠାରୁ ବଡ଼ ଗୋବର ଧନ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇ ପ୍ରଧାନମନ୍ତ୍ରୀ ମୋଦୀ ଅନେତ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ୨ ବର୍ଷ ମଧ୍ୟରେ ଦେଶର ୭୫ଟି ବଡ଼ ସହରରେ ଏପରି ବାୟୋ ସିଏନଜି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ପ୍ଲାଣ୍ଟ ଅନ୍ୟ ସହର ଗୁଡିକୁ ପ୍ରେରଣା ଯୋଗାଇବ। ଏହି ଅଭିଯାନ ଭାରତର ସହର ଗୁଡିକୁ ସ୍ୱଚ୍ଛ ଏବଂ ପ୍ରଦୂଷଣ ମୁକ୍ତ କରିବା ସହ କ୍ଲିନ ଏନେର୍ଜି ବଢିବା ଦିଗରେ ସହାୟତା ପ୍ରଦାନ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ଏହି ପ୍ଲାଣ୍ଟ ଇନ୍ଦୋରକୁ ପ୍ରତିଦିନି ୧୭ରୁ ୧୮ ହଜାର କିଲୋ ବାୟୋ ସିଏନଜି ଯୋଗାଇବ । ଏହି ପ୍ଲାଣ୍ଟରୁ ବାହାରିବାକୁ ଥିବା ଜୈବିକ ସାର ଆମ ମାଟି ମାଆକୁ ନୂଆ ଜୀବନ ଦେବ’ । ଏକ ଆକଳନ ଅନୁସାରେ, ପ୍ଲାଣ୍ଟରୁ ଯେତେ ପରିମାଣର ସିଏନଜି ଉତ୍ପନ ହେବ, ସେଥିରେ ଇନ୍ଦୋର ସହରରେ ୪୦୦ରୁ ୫୦୦ ବସ ଚାଲିପାରିବ। ଏହି ପ୍ଲାଣ୍ଟ ଯୋଗୁଁ ଶହ ଶହ ଯୁବକଙ୍କୁ ରୋଜଗାର ମିଳିବ। ଏହା ଗ୍ରୀନ ରୋଜଗାର ସୃଷ୍ଟି କରିବାରେ ସାହାଯ୍ୟ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ‘ଦୁଇଟି ଉପୟାରେ ଯେକୌଣସି ସ୍ଥିତିର ମୁକାବିଲା କରାଯାଇଥାଏ। ପ୍ରଥମଃ- ସ୍ଥିତିର ତତ୍କାଳ ସମାଧାନ କରିବା । ଦ୍ୱିତୀୟରେ ସ୍ଥିତିର ଏପରି ମୁକାବିଲା କରିବା, ଯେଉଁଥିରୁ ଏହାର ସ୍ଥାୟୀ ସମାଧାନ ବାହାରି ପାରିବ । ଗତ ସାତ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯେଉଁ ଯୋଜନା ଆଣିଛନ୍ତି ତାହା ସ୍ଥାୟୀ ସମାଧାନ ଯୋଗାଇବା । ଏବେ କେବଳ ସହର ନୁହେଁ ଗାଁ ଗୁଡିକରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଗୋବର ଧାନ ବୋୟା ଗ୍ୟାସ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ଏଥିରୁ ପଶୁପାଳକଙ୍କୁ ଗୋବରକୁ ମଧ୍ୟ ଅତିରିକ୍ତ ଆୟ ମିଳିବା ଆରମ୍ଭ ହୋଇଛି’।

Breaking News