ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ଅଡୁଆରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ। ତାଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ। ଏପରିକି ସେ ଜେଲ୍ ମଧ୍ୟ ଯାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅବକାରୀ ବିଭାଗ ପକ୍ଷରୁ ସମୀରଙ୍କ ବିରୋଧରେ ଜାଳିଆତି ଅଭିଯୋଗ ଆସିଛି। ଏହାକୁ ନେଇ ମହାରାଷ୍ଟ୍ର ଥାଣେ ଜିଲ୍ଲା କୋପାରୀ ପୁଲିସ ଷ୍ଟେସନରେ ସୀମାରଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ଅଭିଯୋଗ ମୁତାବକ, ୧୯୯୬-୯୭ ମଧ୍ୟରେ ସମୀର ୱାଙ୍ଖଡେଙ୍କ ବୟସ ୧୮ ବର୍ଷରୁ କମ୍ ଥିଲା। ସେ ସେହି ସମୟରେ ଏକ ଚୁକ୍ତିନାମା କରିବାକୁ ମଧ୍ୟ ଯୋଗ୍ୟ ନଥିଲେ। କିନ୍ତୁ ଥାଣେର ସଦ୍ଗୁରୁ ହୋଟେଲ ଓ ବାର୍ ପାଇଁ ଲାଇସେନ୍ସ ହାସଲ କରିବା ଲାଗି ଷ୍ଟାମ୍ପ ପେପର୍ ନିଜ ବୟସ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ଥିବା ଦାବି କରିଥିଲେ। ସମୀର ୱାଙ୍ଖଡେ ମିଛ କହି ବାରର ଲାଇସେନ୍ସ ହାସଲ କରିଥିଲେ। ନିଜ ବୟସରେ ସେ ଜାଲିଆତି କରିଥିବା ଅବକାରୀ ବିଭାଗ ଅଭିଯୋଗ କରିଛି। ଏହି ଅଭିଯୋଗକୁ ଆଧାର କରି ଆଗାମୀ ସମୟରେ ସମୀର ୱାଙ୍ଖଡେଙ୍କ ଅଡୁଆ ବଢ଼ିପାରେ।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..