ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ୫ ସହ ତଳେ ରହିଛି କରୋନା ସଂକ୍ରମଣ | ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୨୦୩ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧୨୨ ପଜିଟିଭ୍ । ସୁନ୍ଦରଗଡ଼ରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩, ବାଲେଶ୍ୱର ୯, ବରଗଡ ୧, ଭଦ୍ରକ ୯, ବଲାଙ୍ଗିର ୨, ବୌଦ୍ଧ ୩, କଟକ ୩୨, ଦେବଗଡ ୫, ଢେଙ୍କାନାଳ ୫, ଗଜପତିରୁ ୨୬ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨, ଜଗତସିଂହପୁର ୪, ଯାଜପୁର ୩୬, ଝାରସୁଗୁଡା ୧୧, କଳାହାଣ୍ଡି ୩, କନ୍ଧମାଳ ୯, କେନ୍ଦ୍ରାପଡା ୧୨, କେନ୍ଦୁଝରରେ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ୪୫ କୋରାପୁଟ ୨୪, ମାଲକାନଗିରି ୩, ମୟୂରଭଞ୍ଜ ୧୮, ନବରଙ୍ଗପୁର ୨, ନୟାଗଡ ୧୬, ନୂଆପଡା ୭, ପୁରୀ ୮, ରାୟଗଡା ୪୫, ସମ୍ବଲପୁର ୩୮, ସୋନପୁର ୫, ଷ୍ଟେଟପୁଲରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୨୬୬ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨୬୭୧୦୯ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୨୪୮୧କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୩୦୮ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
More Stories
ଭିଜିଲାନ୍ସ ଜାଲରେ ରେଂଜର……
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..