ରିପୋର୍ଟ କାର୍ଡ / ଗଞ୍ଜାମ
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ କୁନେଇ ସରଗରମ ପ୍ରଚାର ମଇଦାନ l ହାତରେ ଆଉ କମ ସମୟ ରହିଥିବା ରୁ ଭୋଟର ଙ୍କୁ ମନାଇବାକୁ ଆରମ୍ଭ ହେଲାଣି ପ୍ରାର୍ଥୀ ମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା l କିଏ ବାଇକ ରାଲି କରି ପ୍ରଚାର କରୁଛି ତ କିଏ ଶତାଧିକ ସମର୍ଥକ ଙ୍କୁ ନେଇ ପଥପ୍ରାନ୍ତ ସଭାକରି ପ୍ରଚାର କରୁଛି l ସେହିଭଳି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଢ଼ାମ୍ବ ପଞ୍ଚାୟତ ରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ସରପଞ୍ଚ ପ୍ରାଥୀନି ଲିଲି ପୋଲାଇ l ଶତାଧିକ ସମର୍ଥକ ଙ୍କୁ ନେଇ ବାଇକ ରାଲିରେ ବାହାରି ପଞ୍ଚାୟତ ର ସମସ୍ତ ୱାର୍ଡ ରେ ଭୋଟ ପ୍ରଚାର କରିବା ସହିତ ଲୋକଙ୍କୁ ସୂର୍ଯ୍ୟ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ ଲିଲି l ବୁଢ଼ାମ୍ବ ପଞ୍ଚାୟତ ର ସରପଞ୍ଚ କେଶବ ପ୍ରଧାନ ଙ୍କ ନେତୃତ୍ୱରେ ଏହି ବାଇକ ରାଲି ଆୟୋଜନ କରାଯାଇଥିବା ବେଳେ ସମାଜସେବୀ ଅଜୟ କୁମାର ପୋଲାଈ ଙ୍କ ସମେତ ପଞ୍ଚାୟତ ର ବହୁ ଜନସାଧାରଣ ଏହି ରାଲିରେ ସାମିଲ ହୋଇଥିଲେ l
More Stories
ପୁଣି ଥରେ ବିବାଦରେ ସାରଥି ବାବା,ଥାନାରେ ଏତଲା……
ଗଳା କାଟି ବ୍ୟବସାୟୀଙ୍କୁ ହତ୍ୟା…..
କଳିଙ୍ଗା ଘାଟିରେ ବସ ଦୁର୍ଘଟଣା, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ…..