ରିପୋର୍ଟ କାର୍ଡ / ପୁରୀ
ଆଜିଠାରୁ ବିନା କରୋନା କଟକଣାରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ | ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଆଉ ଦେଖାଇବାକୁ ପଡ଼ିବ ନାହିଁ କରୋନା ଟିକା ନେଇଥିବା ପ୍ରମାଣପତ୍ର କିମ୍ବା କରୋନାରେ ସଂକ୍ରମିତ ହୋଇନଥିବା ଡାକ୍ତରୀ ପରୀକ୍ଷା ରିପୋର୍ଟ । ସକାଳ ୬ରୁ ରାତି ୯ଟା ମଧ୍ୟରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ। କଟକଣା ଅନୁଯାୟୀ ମୁହଁରେ ତୁଣ୍ଡି ବାନ୍ଧିବା ସହ ସାମାଜିକଦୂରତ୍ବ ପାଳନ ବାଧ୍ୟତାମୂଳକ କରାଯାଇଛି। ବୟସ୍କ ବ୍ୟକ୍ତି ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ିଦର୍ଶନ ବ୍ୟବସ୍ଥା କରାଯିବା ପ୍ରସ୍ତାବ ରହିଛି। ବ୍ୟାରିକେଡ୍ ଦେଇ ଯାଉଥିବା ଭକ୍ତଙ୍କୁ ପ୍ରଶାସନ ପକ୍ଷରୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ। ପୁରୀ ସହରବାସୀ ଉଭୟ ସିଂହଦ୍ବାର ଏବଂ ପଶ୍ଚିମଦ୍ବାର ଦେଇ ଭିତରେ ପ୍ରବେଶ କରିବେ। ଅନ୍ୟମାନଙ୍କ ପାଇଁ ସିଂହଦ୍ବାର ଦେଇ ପ୍ରବେଶ ଏବଂ ଉତ୍ତରଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଦର୍ଶନ କଟକଣା କୋହଳ କରାଯାଇଥିବାରୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସପ୍ତାହର ପ୍ରତି ରବିବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସେଦିନ ଶ୍ରୀମନ୍ଦିର ପରିସର ସମେତ ଚତୁଃପାର୍ଶ୍ବ ବିଶୋଧନ କରାଯିବ। କରୋନା ସଂକ୍ରମଣ ହ୍ରାସ ଯୋଗୁଁ ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥା କୋହଳ କରାଯାଇଛି। ଭକ୍ତମାନେ ଶ୍ରୀମନ୍ଦିର ବାହାର ଏବଂ ଭିତରକାଠ ପାଖରେ ଛିଡ଼ାହୋଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।
More Stories
ପୁଣି ଥରେ ବିବାଦରେ ସାରଥି ବାବା,ଥାନାରେ ଏତଲା……
ଏତିକି ଖାଲି କରିଦିଅନ୍ତୁ,ମୋତେ ଆଣ୍ଠା କହିଲେ ଆଣ୍ଠେଇବି…..
ସିସୋଦିଆ ଏବଂ ସତ୍ୟୈନ୍ଦ୍ରଙ୍କ ପାଇଁ ବଢିଲା ଅଡୁଆ…..