ରିପୋର୍ଟ କାର୍ଡ / ଯାଜପୁର
ବିଞ୍ଝାରପୁର ବ୍ଲକ ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୪୨ ଜଣ ଅଭିଯୁକ୍ତିଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ପୁରୁଷ ଓ ମହିଳା ରହିଥିବା ଜଣାପଡ଼ିଛି । ଗତକାଲି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ୧୧ ମୁଖ୍ୟ ଅଭିଯୁକ୍ତକୁ ଗିରଫ ହୋଇଛନ୍ତି । ଆକ୍ରମଣ ଘଟଣାରେ ୧୧ ଗିରଫ ହୋଇଥିବା ବେଳେ ଜିଲ୍ଲାରେ ରାଜନୈତିକ ହିଂସା କାଣ୍ଡ ଘଟାଇଥିବା ମୋଟ ଅଭିଯୁକ୍ତଙ୍କୁ ମିଶାଇ ୪୨ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି | ଗତକାଲି ୩ଜଣ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତ । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଜଣେ ସାମ୍ବାଦିକଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିବା ସହ ଗାଡ଼ି ମଧ୍ୟ ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା । ଖବର ସଂଗ୍ରହ ବେଳେ ଦୁର୍ବୃତ୍ତ ମାନେ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଥିଲେ । ସାମ୍ବାଦିକ ମାନଙ୍କୁ ଗୋଡାଇ ଗୋଡାଇ ଦୁର୍ବୃତ୍ତ ମାନେ ପିଟିଥିବା ଦେଖିବାକୁ ମିଳିଥିଲା । ସମସ୍ତ ତିନିଜଣ ସମ୍ବାଦିକ ଆହତ ହୋଇ ଯାଜପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେପଟେ ଏନେଇ ଯାଜପୁର ଏସପି ମଧ୍ୟ ପ୍ରତିକ୍ରିୟା ରଖିଥିଲେ ।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..