ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚୌଦ୍ୱାର ଥାନା ବଡ଼ ସାମନ୍ତରାପୁର ପଞ୍ଚାୟତ ସର୍ଦ୍ଦାରଖର୍ଦ୍ଦାରେ ହୋଇଛି ବଡ଼ ଧରଣର ହିଂସା କାଣ୍ଡ । ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ସାରିଥିବା ବେଳେ ସାମନ୍ତରାପୁର ପଞ୍ଚାୟତରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ଗୋଟିଏ ଦଳର ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି । ଏହି ମାରପିଟରେ ୩ ଜଣଙ୍କର ମୁଣ୍ଡ ଫାଟିଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଚୌଦ୍ୱାର ଥାନାର ଗୋଟିଏ ଗୋଷ୍ଠୀ ପକ୍ଷରୁ ଏତଲା କରାଯାଇଛି । ଏତଲାକୁ ଭିତ୍ତି କରି ପୋଲିସ ଛାନଭିନ୍ ଜାରି ରଖିଛି । ୨ ଜଣଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି । ଉତ୍ତେଜନା ପାଇଁ ଗାଁରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……