ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ମତଦାନ | ମୋଟ ୫ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକିରହିଛି | ୨୨ ଇଂ ୨୪ ରେ ଭୋଟ ପରେ ଶେଷ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହାପରେ ଆରମ୍ଭ ହେବ ଭୋଟ ଗଣତି। ତେବେ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ନେଇ ଏବେ ଆସିଛି କୋଭିଡ୍ ଗାଇଡଲାଇନ୍। ଯେଉଁମାନେ ଗଣତିରେ ରହିବେ ସେମାନଙ୍କ RT-PCR ନେଗେଟିଭ ରିପୋର୍ଟ ଥିବା ଜରୁରୀ। ଯେଉଁମାନେ କାଉଣ୍ଟିଂ ଏଜେଣ୍ଟ ରହିବେ ସେମାନଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟ କରାଯିବ। ଗଣତିର ୪୮ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ ରିପୋର୍ଟ ଦେବେ। ଏଥିସହ ଡବଲ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କୁ ହିଁ କେବଳ ଗଣତି ପାଇଁ ଅନୁମତି ମିଳିବ। ଯେଉଁମାନଙ୍କ କରୋନା ଲକ୍ଷଣ ଥିବ ସେମାନଙ୍କୁ ଭୋଟ ଗଣତି ପାଇଁ ଅନୁମତି ମିଳିବ ନାହିଁ। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ବାଚନ ଆୟୋଗ ସଚିବଙ୍କ ପକ୍ଷରୁ ଚିଠି ଲେଖି ଜଣାଇ ଦିଆଯାଇଛି। କରୋନା କମିଛି ସତ କିଛି ସମ୍ପୂର୍ଣ୍ଣ ଯାଇ ନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରାଯିବ ବୋଲି ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି।






More Stories
୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ…..
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶା ଇଭି ପଲିସି ଅବଧି ବୃଦ୍ଧି…..