ରିପୋର୍ଟ କାର୍ଡ / ମାଲକାନଗିର
ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଟିତଳୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ବୋଲି ଆଜି ଖବର ମିଳିଛି। ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ନାଦମେଞ୍ଜେରୀ ଗାଁ ପାଖ ଜଙ୍ଗଲରୁ ତଲାସି ଅଭିଯାନ ସମୟରେ ଏସଓଜି ଓ ଡିଭିଏଫ ଠାବ କରି ଜବତ କରିଛନ୍ତି। ତଲାସି ଅଭିଯାନ ସମୟରେ ଟିଫିନ ବୋମା, ଦେଶୀ ବନ୍ଧୁକ, ଭଙ୍ଗା ରିଭଲଭର ଆଦି ଜବତ କରାଯାଇଛି। ପୁଲିସ ଓ ଗ୍ରାମବାସୀଙ୍କୁ ଟାର୍ଗେଟରେ ରଖି ଏଭଳି ମାଓବାଦୀମାନେ ଏହି ସମସ୍ତ ଅସ୍ତ୍ରଶସ୍ତ୍ର ପୋତିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆସନ୍ତା ୨୪ ତାରିଖରେ ସ୍ୱାଭିମାନ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ସହ ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
More Stories
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….
ଅତିପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ……
ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ……