Report Card Odisha

| Daily Odia News

ଭାରତରେ ପହଞ୍ଚିଛି ଆଉ ୩ ରାଫେଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଭାରତରେ ଆଉ ୩ଟି ରାଫେଲ ଯୁଦ୍ଧ ବିମାନ ପହଞ୍ଚିଛି ଷଷ୍ଠ ଦଫାରେ ଏହି ୩ଟି ଲଢୁଆ ରାଫେଲ ଯୁଦ୍ଧ ବିମାନକୁ ବାୟୁ ସେନା ଗ୍ରହଣ କରିଛି । ଏହାକୁ ମିଶାଇ ଭାରତୀୟ ବାୟୁ ସେନା ମୋଟ ୨୦ଟି ରାଫେଲ ଯୁଦ୍ଧ ବିମାନ ଗ୍ରହଣ କରିଛି। ସୂଚନା ଯୋଗ୍ୟ ଫ୍ରାନ୍ସ ସହ ଭାରତୀୟ ବାୟୁସେନା କରିଥିବା ଚୁକ୍ତି ଅନୁସାରେ ୩୬ଟି ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ଭାରତ , ପର୍ଯ୍ୟନ୍ତ ୨୦ଟି ପାଇଛି। ଗତ ମାସରେ ପାଞ୍ଚ ଦିନିଆ ଫ୍ରାନ୍ସ ଗସ୍ତ ସମୟରେ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଆରକେଏସ୍ ଭଦୌରିଆ ମେରିଗନାକ୍ ଏୟାର ବେସରୁ ପଞ୍ଚମ ଦଫାରେ ତିନିଟି ୩ଟି ଲଢୁଆ ରାଫେଲ ଯୁଦ୍ଧ ବିମାନ ଉଡାଣର ଶୁଭାରମ୍ଭ କରିଥିଲେ । ପଞ୍ଚମ ଦଫାରେ ରାଫେଲ ଯୁଦ୍ଧ ବିମାନ ପହଞ୍ଚିବା ପରେ ତୃତୀୟ ବ୍ୟାଚ୍ ପାଇଲଟ୍ ଏବଂ ରକ୍ଷଣାବେକ୍ଷଣ ଗୋଷ୍ଠୀର ପ୍ରଶିକ୍ଷଣ ଶେଷ ହୋଇଥିଲା ବୋଲି ବାୟୁସେନା ମୁଖ୍ୟ କହିଥିଲେ। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ମାସରେ ପ୍ରଥମ ଦଫାରେ ୫ଟି ରାଫେଲ ଲଢୁଆ ଯୁଦ୍ଧ ବିମାନକୁ ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଥିଲା।

Breaking News