ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପଂଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ହେଉଛି | ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ ।ଏହାପରେ ଭୋଟବାକ୍ସକୁ କଡା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମକୁ ନିଆଯିବ । ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଆସୁଥିବା ୯୭୫ ପଂଚାୟତରେ ମତଦାନ ଜାରିରହିଛି । ଏଥର ଭୋଟ୍ ଦେଉଛନ୍ତି ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର । ୧୩ ହଜାର ୫୧୪ଟି ବୁଥ୍ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି ।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..