Report Card Odisha

| Daily Odia News

ନନ୍ଦନକାନନରେ ପୁଣି ଗଡ଼ିଲା ଶିଶୁ ରେଳଗାଡ଼ି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଶିଶୁ ରେଳଗାଡ଼ି ପୁଣିଥରେ ଚାଲିବା ଆରମ୍ଭ କରିଛି। ଦୀର୍ଘଦିନ ବ୍ୟବଧାନ ପରେ ବୁଧବାର ଶିଶୁ ରେଳଗାଡ଼ି ଗଡ଼ିବା ଆରମ୍ଭ କରିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବୁଧବାର ଶିଶୁ ରେଳଗାଡ଼ି ୬ଟ୍ରିପ୍‌ ଚାଲିଥିବା ବେଳେ ସମୁଦାୟ ୧୯୮ଜଣ ପର୍ଯ୍ୟଟକ ବୁଲିଥିଲେ। ସେଥିମଧ୍ୟରେ ୧୪୯ଜଣ ବୟସ୍କ ଓ ୪୯ଜଣ ଛୋଟପିଲା ରହିଥିଲେ। ତେବେ ଗତ ଅକ୍ଟୋବର ୮ତାରିଖ ରାଜ୍ୟସ୍ତରୀୟ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବହୁ ପ୍ରତୀକ୍ଷିତ ଶିଶୁ ରେଳଗାଡ଼ିର ୪ କୋଟି ୯୮ଲକ୍ଷ ଟଙ୍କାର ବ୍ୟୟବରାଦରେ ନବୀକରଣ କରାଯାଇ ଜଙ୍ଗଲ ମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇ ଅକ୍ଟୋବର ୧୪ରେ ଚାଲିବା ଆରମ୍ଭ କରିଥିଲା।

Breaking News