Report Card Odisha

| Daily Odia News

ଭାରତକୁ ସହାୟତା ମାଗିଲା ୟୁକ୍ରେନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆରମ୍ଭ ହୋଇ ସାରିଛି ରୁଷ-ୟୁକ୍ରେନ ଯୁଦ୍ଧ | ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା କ୍ଷଣି କିଏଭ୍‌ ଏବଂ ଖାର୍କିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଆରମ୍ଭ ହୋଇଯାଇଛି। ଏହି ଯୋଦ୍ଧ ଭିତରେ ଭାରତର ସହାୟତା ମାଗିଛି ୟୁକ୍ରେନ୍ । ୟୁକ୍ରେନର ରାଷ୍ଟ୍ରଦୂତ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ ଦୂତାବାସ ପକ୍ଷରୁ ଏହି ସହାୟତା ଲୋଡ଼ାଯାଇଛି । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ୟୁକ୍ରେନ୍ କହିଛି । ୟୁକ୍ରେନର ରାଷ୍ଟ୍ରଦୂତ ଇଗୋର ପୋଲଖା କହିଛନ୍ତି ଯେ, ‘ଭାରତ ଓ ରୁଷର ସମ୍ପର୍କ ଭଲ ଅଛି । ୟୁକ୍ରେନ-ରୁଷ ବିବାଦକୁ ନିୟନ୍ତ୍ରଣ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ । ଏଭଳି ସ୍ଥିତିରେ ପୁଟିନଙ୍କ ସହ ମୋଦୀଙ୍କ ଆଲୋଚନା ଫଳପ୍ରଦ ରହିବ । ମାମଲାରେ ମୋଦୀ ହସ୍ତକ୍ଷେପ କରି ପୁଟିନଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରୁଛୁ । ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରୁଛୁ କି ସେ ତୁରନ୍ତ ରୁଷର ରାଷ୍ଟ୍ରପତି ପୁଟିନ୍ ଓ ଆମ ରାଷ୍ଟ୍ରପତି ଭଲୋଡିମିର ଜେଲେନକ୍ସିଙ୍କ ସହ ଯୋଗାଯୋଗ କରନ୍ତୁ । ଆଲୋଚନା ଦ୍ୱାରା ବିବାଦର ସାମଧାନ ହୋଇପାରିବ ।’ ଏହା ସହ ପ୍ରେସମିଟରେ ସେ କହିଛନ୍ତି ଯେ, ‘ସୀମାବର୍ତ୍ତୀ ଅଞ୍ଚଳରେ ସକାଳେ ବିସ୍ଫୋରଣ ହୋଇଛି । ୫ଟି ରୁଷ ବିମାନକୁ ମାରି ଖସାଇ ଦେଇଛୁ । ୟୁକ୍ରେନ ସୀମା ଶକ୍ତିଶାଳୀ ଅଛି । ରୁଷର ୨ଟି ହେଲିକପ୍ଟରକୁ ଧ୍ୱଂସ କରିଛୁ । ୟୁକ୍ରେନର ଲୋକେ ରୁଷ ବିରୋଧରେ ଲଢ଼େଇ ଜାରି ରଖିବେ ।’

Breaking News