ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ-ୟୁକ୍ରେନ୍ ମଧ୍ୟରେ ଲଢ଼େଇ ଉଗ୍ରରୂପ ଧାରଣ କରିଥିବା ବେଳେ ରୁଷ ଆଉ ଏକ କଠୋର ପଦକ୍ଷେପ ନେଇଛି। ରୁଷର ବେସାମରିକ କର୍ତ୍ତୃପକ୍ଷ ୟୁକେର ବିମାନ ଗୁଡ଼ିକୁ ନିଜ ଦେଶରେ ବ୍ୟାନ୍ କରିଦେଇଛନ୍ତି। ୟୁକେ ପକ୍ଷରୁ ରୁଷକୁ ଏରୋଫ୍ଲଟ୍ ବିମାନ ବାତିଲ କରାଯାଇଥିବାରୁ ପ୍ରତି ଜବାବ ସୂରୁପ ଏଭଳି ନିଷ୍ପତ୍ତି ନେଇଛି ରୁଷ୍। ମୁଖ୍ୟତଃ ୟୁକେ ଫ୍ଲାଇଟ୍ ଗୁଡ଼ିକୁ ରୁଷ ଏୟାର ସ୍ପେଶ୍ରେ ବ୍ୟାନ୍ କରାଯାଇଛି। ରୁଷର ବେସାମରିକ କର୍ତ୍ତୃପକ୍ଷ କହିଛନ୍ତି ଯେ, ୟୁକେରୁ ରୁଷ ଅଭିମୁଖେ ଚଳାଚଳ କରୁଥିବା ଟ୍ରାଞ୍ଜିଟ୍ ଫ୍ଲାଇଟ୍ ସହ ସସସ୍ତ ପ୍ରକାର ବିମାନ ଉପରେ ରୋକ୍ ଲଗାଯାଇଛି। ତେବେ ଏହା ଏକ ବନ୍ଧୁ ସମ୍ପର୍କ ଛିନ୍ନ କରିବା ଭଳି ନିଷ୍ପତ୍ତି ବୋଲି ବ୍ରିଟେନ୍ କହିଛି। ପୂର୍ବରୁ ଆମେରିକା ସମେତ ଅନେକ ୟୁରୋପୀୟ ଦେଶ ରୁଷ ଉପରେ ଆର୍ଥିକ ସମେତ ଅନ୍ୟକଟକଣା ଜାରି କରିଛନ୍ତି।






More Stories
‘ମୋ ଉପରେ ଆକ୍ରମଣ ହେଲେ ମୁଁ ସାରାଦେଶକୁ ହଲାଇ ଦେବି’……
ମନ୍ଦିରରେ ଧ୍ଵଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ ମୋଦୀ…..
ନରେନ୍ଦ୍ର ଯାଦବ ହେଲେ କାମଚଳା ବାଚସ୍ପତି……