ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଉ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ସରଳ ଉପାୟ କରିଦେଇଛନ୍ତି | ଛାତ୍ରଛାତ୍ରୀଙ୍କର ବୋର୍ଡ ପରୀକ୍ଷାରେ ୭୫ ପ୍ରତିଶତ ମାର୍କ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ପୂର୍ବରୁ ଦ୍ୱାଦଶ ଶ୍ରେଣୀରେ ସର୍ବନିମ୍ନ ୭୫ ପ୍ରତିଶତ ମାର୍କକୁ ବାଧ୍ୟତାମୂଳକ କରାଯାଉଥିଲା । କୋଭିଡ-୧୯ କାରଣରୁ ଜଏଣ୍ଟ ଇମ୍ପ୍ଲିମେଣ୍ଟେସନ କମିଟି (ଜେଆଇସି) ପକ୍ଷରୁ ଏହି ମାର୍କ ଛାଡ଼ ବ୍ୟବସ୍ଥା ଲାଗୁ କରାଯାଇଛି । ଚଳିତ ଥର ଆଇଆଇଟିରେ ନାମାଙ୍କନ ପାଇଁ କେବଳ ଯୁକ୍ତ ଦୁଇ ପାସ ହେବା ଜରୁରୀ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..